CWC ରିଜୋଲ୍ୟୁସନ ହେଉଛି ଧାରା ୩୭୦ ଉପରେ ପାର୍ଟିର ଷ୍ଟାଣ୍ଡ , ସମସ୍ତ ନେତା ଏହାର ପାଳନ କରିବା ଉଚିତ୍ : ଏଆଇସିସି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି । କ୍ଲବ୍ ହାଉସର ଅନଲାଇନ୍ ଚାଟରେ କାଶ୍ମୀର ପ୍ରସଙ୍ଗକୁ ନେଇ ଦିଗବିଜୟଙ୍କ ବୟାନକୁ ନେଇ ଭାରତୀୟ ଜନତା ପାର୍ଟି ଏବେ କଂଗ୍ରେସକୁ ଘେରିବାକୁ ଚେଷ୍ଟା କରୁଛି । ତେବେ ବିବାଦ ବଢୁଥିବା ବେଳେ କଂଗ୍ରେସ ପାର୍ଟି ଦଳର ନେତାମାନଙ୍କୁ CWC ରିଜୋଲ୍ୟୁସନ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ୨୦୧୯ ଅଗଷ୍ଟ ମାସରେ CWC ପାସ୍ କରିଥିବା ରିଜୋଲ୍ୟୁସନକୁ ପାଳନ କରିବାକୁ କୁହାଯାଇଛି । ସାମାଜିକ ଗଣମାଧ୍ୟମରେ ଏଵେ ସୋସିଆଲ ମିଡିଆରେ ଘୂରି ବୁଲୁଥିବା କ୍ଲବ୍ ହାଉସ ଚାଟରେ ପାକିସ୍ତାନୀ ସାମ୍ବାଦିକଙ୍କ ସହ ଆଲୋଚନା କରୁଥିଲେ କଂଗ୍ରେସ ନେତା ଦିଗବିଜୟ ସିଂ । ଏହି ଅଡିଓ କ୍ଲିପ୍‌ରେ କଂଗ୍ରେସ ନେତା କହିଛନ୍ତି ଯେ, ଧାରା 370 ଉଚ୍ଛେଦ କରିବା ଏବଂ ଜାମ୍ମୁ କାଶ୍ମୀରର ଷ୍ଟେଟ୍ ହୁଡ୍ ହ୍ରାସ କରିବାର ନିଷ୍ପତ୍ତିରେ ମୁଁ ଅତ୍ୟନ୍ତ ଦୁଃଖିତ । କଂଗ୍ରେସ ଦଳ ନିଶ୍ଚିତ ଭାବରେ ଏହି ପ୍ରସଙ୍ଗରେ ପୁନଃବିଚାର କରିବ। ଏନେଇ ବିଜେପି ଶନିବାର କଂଗ୍ରେସକୁ ଟାର୍ଗେଟ କରିଛି । ମୋଦୀ ସରକାରଙ୍କ ଧାରା 370 ଉଚ୍ଛେଦ କରିବା ଏବଂ ଜାମ୍ମୁ ଓ କାଶ୍ମୀରକୁ କେନ୍ଦ୍ରଶାସିତ ପ୍ରଦେଶରେ ପରିଣତ କରିବା ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସ ପାର୍ଟି ପକ୍ଷରୁ cwc ବୈଠକରେ ରିଜୋଲ୍ୟୁସନ ପାସ୍ କରାଯାଇଥିଲା। ତଥାପି ବି,  ଏହି ନିଷ୍ପତ୍ତି ଉପରେ କଂଗ୍ରେସର ବରିଷ୍ଠ ନେତା ମାନଙ୍କୁ ବୟାନ ନଦେବା ପାଇଁ କୁହାଯାଇ ନଥିଲା। କଂଗ୍ରେସ ଭବିଷ୍ୟତରେ କଂଗ୍ରେସ କ’ଣ କରିବ ସେନେଇ ଧ୍ୟାନ ନଦେବାକୁ ସିଡବ୍ଲ୍ୟୁସି ରିଜୋଲ୍ୟୁସନ ପାର କରି ଥିଲା। ଦୁଇ ବର୍ଷ ପୂର୍ବେ ରିଜୋଲ୍ୟୁସନ ପାସ୍ କରି କୁହାଯାଇଥିଲା, , “ କେନ୍ଦ୍ର ସରକାର ଏକପାଖିଆ ନିଷ୍ପତ୍ତି , ନିଷ୍ଠୁର ତଥା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ପଦ୍ଧତିରେ  ସମ୍ବିଧାନର ଧାରା 370 ରଦ୍ଦ କରାଯାଇଥିଲା ଏବଂ ଜାମ୍ମୁ ଓ କାଶ୍ମୀରରୁ ରାଜ୍ୟ ମାନ୍ୟତା ଉଠାଇ ଦିଆଯାଇଥିଲା। ଏହା ଦ୍ବାରା ସାମ୍ବିଧାନିକ ଆଇନ, ରାଜ୍ୟଗୁଡିକର ଅଧିକାର, ସଂସଦୀୟ ପଦ୍ଧତି ଏବଂ ଗଣତାନ୍ତ୍ରିକ ଶାସନର ନୀତି ଉଲ୍ଲଂଘନ ହୋଇଛି ବୋଲି ରେଜୁଲେସନରେ ଉଲ୍ଲେଖ ରହିଛି। 

Related Posts