ଜୁନ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜୁନ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ଆଜି ଏ ସଂପର୍କରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ୍ । ସେ କହିଛନ୍ତି, ” ମାଟ୍ରିକ୍ ମୂଲ୍ୟାୟନ ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି ଏବଂ ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇବା । କରୋନା କାଳରେ ସ୍କୁଲ ଖୋଲିବ ନେଇ ଲାଗି ରହିଥିବା ଅନିଶ୍ଚିତତା ମଧ୍ୟରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଚେଷ୍ଟା ଚାଲିଛି ବୋଲି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। କିନ୍ତୁ ସ୍କୁଲ କେବେ ଖୋଲା ଯିବା ସେ ସମ୍ପର୍କରେ କହିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି । ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ସ୍କୁଲ ଖୋଲାଯିବ ବୋଲି ସେ କହିଛନ୍ତି। ଏହାସହ ଆସନ୍ତା ୧୭ ତାରିଖରୁ ୟୁ-ଟ୍ୟୁବ୍ ମାଧ୍ୟମରେ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢ଼ା । ଦିନ ୧୦ଟା ୪୫ ରୁ ଦିନ ଗୋଟାଏଁ ପର୍ଯ୍ୟନ୍ତ ପାଠ ପଢା ହେବ। ଏବଂ ପ୍ରତ୍ୟେକ ଦିନ ୪ଟି ପିରିୟଡ କରାଯିବ । ଏବଂ ପ୍ରତି କ୍ଲାସର ବ୍ୟବଧାନ ୩୦ ମିନିଟ ରହିବ । ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ ସପ୍ତାହକୁ ୨୦ ଟି ପିରିୟଡ଼ ପାଠ ପଢାହେବ । ଏଥିପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ପାଠପଢ଼ାର ଆନୁଷଙ୍ଗିକ ବ୍ୟବସ୍ଥା କରିବେ । ଆସନ୍ତା ୧୮ ତାରିଖରେ ଏନେଇ ୩୦ ଜିଲ୍ଲାର ଡିଇଓଙ୍କ ସହ ବୈଠକ ବସିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ଯୁକ୍ତ୨ କମିଟି ରିପୋର୍ଟ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୂଲ୍ୟାୟନ ସମ୍ପର୍କରେ ନିଷ୍ପତ୍ତି ନେବ ।

Related Posts