ପୁରୀ ସମୁଦ୍ରକୂଳରେ ଥିବା ହୋଟେଲରେ ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକଙ୍କୁ ହତ୍ୟା

ପୁରୀ : ଶ୍ରୀକ୍ଷେତ୍ର ପୁରୀକୁ ପ୍ରତେକ ଦିନ ହଜାର ହଜାର ପର୍ଯ୍ୟଟନ ବୁଲିବାକୁ ଆସନ୍ତି | ଏନେଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମାଳ ମାଳ ହୋଟେଲ ସାଙ୍ଗକୁ ରହିଛି ପରିଦର୍ଶନୀୟ ସ୍ଥାନ | ଅନେକ ଅନେକ ପଯ୍ୟଟକ ଆକୃଷ୍ଟ ହୋଇ ଆସନ୍ତି ବୁଲିବା ପାଇଁ | ତେବେ ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ପର୍ଯ୍ୟଟକ ଅସୁରକ୍ଷିତ ଥିବା ନେଇ ଚର୍ଚା ହେଉଛି | ପୁରୀ ସମୁଦ୍ରକୂଳରେ ଥିବା ହୋଟେଲରେ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଡିପ୍ ରିସୋର୍ଟ ହୋଟେଲ ରୁମ୍ ବାହାରେ ପଡିଛି ରକ୍ତ ଛିଟା । ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ।

ତେବେ ତାଙ୍କୁ ହତ୍ୟା କରିବା ପରେ ସେଠାରେ ଫେରାର ହୋଇଯାଇଥିବା ଜଣାପଡିଛି । ହତ୍ୟାକାଣ୍ଡର କାରଣ କଣ ତାହା ଏବେବି ଅସ୍ପଷ୍ଟ ରହିଛି । ଖବର ପାଇ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ସେନେଇ ପୋଲିସ ଟେର ପାଇନଥିବା ବେଳେ, ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଦେଇଛି | ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି |

Related Posts