କୋଭିଡ ଚିକିତ୍ସା ପାଇଁ ଜାଇଡସ୍ “ଭାରଫିନ”କୁ ଡିସିଜିଆଇର ଅନୁମତି

(ସତ୍ୟପାଠ ବ୍ୟୁରେ) ଭୁବନେଶ୍ୱର ; ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ଆଜି କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଡିଜିସିଆଇ ଜାଇଡସ କାଡିଲା ପ୍ରସ୍ତୁତ କରୁଥିବା କରୋନା ଔଷଧ ଭାରଫିନକୁ ଜରରୁକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି । ଏହା କରୋନା ମଧ୍ୟମ ଧରଣର କୋଭିଡ ଆକ୍ରାନ୍ତଙ୍କ ପାଇଁ ବ୍ୟବହୃତ ହେବ । କମ୍ପାନୀ ଦାବି କରିଛି ଯେ , ଏହି ଔଷଧକୁ ବ୍ୟବହାର କରୁଥିବା ୯୧.୧୫% କରୋନା ପୀଡିତାଙ୍କ ଆରଟିପିସିଆର ରିପୋର୍ଟ ୭ ଦିନ ମଧ୍ୟରେ ନେଗେଟିଭ ଆସୁଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ , କରୋନା ପ୍ରାରମ୍ଭିକ ସମୟରେ ରୋଗୀଙ୍କୁ ଭାରଫିନ ଦିଆଯାଏ , ତେବେ ଆକ୍ରାନ୍ତ ବ୍ୟକ୍ତି ଖୁବଶୀଘ୍ର ସୁସ୍ଥ ହୋଇଯିବେ । ଡାକ୍ତରଙ୍କ ପରାମର୍ଶ ପରେ ହିଁ ଏହି ଔଷଧ କରୋନା ରୋଗୀଙ୍କୁ ଦିଆଯିବ ବୋଲି ଡିଜିସିଆଇ କହିଛି । ଅନୁମତି ପାଇଁ ଆବେଦନ କରିବା ପୂର୍ବରୁ କମ୍ପାନୀ ପକ୍ଷରୁ ଦେଶର ପ୍ରାୟ ୨୫ଟି କେନ୍ଦ୍ରରେ ଏହାର ପରୀକ୍ଷଣ କରାଯାଇଥିଲା । ପରୀକ୍ଷା ବେଳେ ଜଣାପଡିଛି ଯେ , ଭାରଫିନ ବ୍ୟବହାର କରୁଥିବା କରୋନା ଆକ୍ରାନ୍ତଙ୍କୁ ଅତିରିକ୍ତ ଅମ୍ଲଜାନ ବ୍ୟବହାର କରିବକୁ ପଡୁନି । ଉଲ୍ଲେଖନୀୟ ବିଷୟ ହେଉଛି ଦେଶରେ ଗତ ଦୁଇ ଦିନ ମଧ୍ୟରେ ୬ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଯୁଦ୍ଧରେ ଏବେ ଟିକା ହିଁ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି । ଭାରତରେ ଏ ପର୍ଯ୍ୟନ୍ତ ସେରମ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ ବ୍ୟବହାର ହେଉଛି ।

Related Posts