ଗଣେଶ ପୂଜା ଆୟୋଜନ ନେଇ ସ୍ଥାନୀୟ ପ୍ରଶାସନ ନେବେ ନିଷ୍ପତ୍ତି, ହାଇକୋର୍ଟଙ୍କ ରାୟ

ଟ୍ବିନସିଟିରେ ଗଣେଶ ପୂଜା ଆୟୋଜନ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ବୋଲି ଗୁରୁବାର ହାଇକୋର୍ଟ ରାୟ ଶୁଣାଇଛନ୍ତି  । ପୂଜା ଆୟୋଜନ ଅନୁମତି ପାଇଁ ବୁଢା ଗଣେଶ ପୂଜା କମିଟି ଜନସ୍ବାର୍ଥ ମାମଲା କରିଥିଲା  । କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ପୂଜା ମଣ୍ଡପରେ ଗଣେଶ ପୂଜା ଆୟୋଜନ ନେଇ ସ୍ଥାନୀୟ ଲୋକେ ଦାବି କରିଥିଲେ  । ତେଣୁ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବା ପରେ ପୂଜା ଆୟୋଜନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  । ଉଲ୍ଲେଖଯୋଗ୍ୟ, ଗତ 13 ତାରିଖରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଗଣେଶ ପୂଜା ବନ୍ଦ ରଖିବାକୁ କମିଶନରେଟ ପୋଲିସ ଜନସାଧାରଣଙ୍କୁ ନିବେଦନ କରିଥିଲେ  । ତେଣୁ କରୋନା କଟକଣା ଯୋଗୁଁ ଏବର୍ଷ ଟ୍ବିନ୍ ସିଟିର କୌଣସି ମଣ୍ଡପରେ ଗଣେଶ ପୂଜା ହେବ ନାହିଁ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା ।

Related Posts