ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୩ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ପ୍ରକାର ବାଣ ତିଆରି, ବିକ୍ରୀ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର। ଏନେଇ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ଦେଇଛନ୍ତି। ରାୟ ଟୁଇଟ କରି କହିଛନ୍ତି ଯେ, ବାଣ ତିଆରି, ବିକ୍ରୀ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଦ୍ଵାରା ଲୋକ ମାନଙ୍କ ଜୀବନ ରକ୍ଷା ହୋଇ ପାରିବ। ଏଥର ଦିଲ୍ଲୀରେ ଅନଲାଇନ୍ ବିକ୍ରୟ ଏବଂ ବାଣ ବିତରଣ ଉପରେ ମଧ୍ୟ ନିଷେଧାଦେଶ ଲାଗିବ ବୋଲି ସେ କହିଛନ୍ତି। ଜାନୁଆରୀ ୧, ୨୦୨୩ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ବଳବତ୍ତର ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ପ୍ରତିବନ୍ଧକକୁ କଡାକଡି ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଏବଂ ରାଜସ୍ୱ ବିଭାଗ ସହିତ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ ବୋଲି ରାୟ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ମଧ୍ୟ ଦିଲ୍ଲୀ ସରକାର ସେପ୍ଟେମ୍ବର ୨୮ରୁ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଦେଇଥିଲେ। ତେବେ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ପାଇଁ ଏଭଳି ନିଷ୍ପତି ଗ୍ରହଣ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
