ପୌରାଞ୍ଚଳ ଭୋଟ ଗଣତି ପାଇଁ ସବିଶେଷ ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶସନଙ୍କ ସଚିବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା କାଲି ପୌରାଞ୍ଚଳ ଭୋଟ ଗଣତି ହେବାକୁ ଯାଉଛି । ଏହା ମଧ୍ୟରେ ଭୋଟ ଗଣତିକୁ ନେଇ ସବିଶେଷ ସୂଚନା ଦେଇଛନ୍ତି ରାଜ୍ୟ ିର୍ବାଚନ କମିଶସନଙ୍କ ସଚିବ । ତେବେ କାଉନସିଲର ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ପୌରାଧ୍ୟକ୍ଷ ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲ ରହିବ। କାଉନସିଲର ଭୋଟ୍ ଗଣତି ପାଇଁ ମୁନସିପାଲିଟିରେ ସର୍ବାଧିକ ୫ଟି ଟେବୁଲ, ଚେୟାରମ୍ୟାନ୍ ଭୋଟ୍ ଗଣତି ପାଇଁ ମୁନସିପାଲିଟିରେ ସର୍ବାଧିକ ୫ଟି ଟେବୁଲ, କର୍ପୋରେଟର ଭୋଟ୍ ଗଣତି ପାଇଁ ମୁନସିପାଲ କର୍ପୋରେସନରେ ୧୨ଟି ଟେବୁଲ, ମେୟର ଭୋଟ୍ ଗଣତି ପାଇଁ ମୁନସିପାଲ କର୍ପୋରେସନରେ ୧୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି।

ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ ଜେଣ ସୁପରଭାଇଜର ରହିବେ । ସେମାନଙ୍କ ସହ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ୍ ନିୟୋଜିତ ରହିବେ। ଏମାନଙ୍କୁ ସାହାଯ୍ୟ ପାଇଁ ଜଣେ ଜଣେ ଗ୍ରୁପ୍-ଡି କର୍ମଚାରୀ ନିୟୋଜିତ ହେବେ। ଯେଉଁଠି ଯେତିକି ଟେବୁଲ କାଉଣ୍ଟିଂ ହେଉଛି ସେଠି ସେତିକି ଏଜେଣ୍ଟ ଦେଇପାରିବେ। ଏଜେଣ୍ଟ ହେବାକୁ ଚାହୁଁଥିଲେ ଆଜି ସନ୍ଧ୍ୟା ୫ଟା ଭିତରେ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବାୟୋଡାଟା ଦାଖଲ କରିବାକୁ ପଡ଼ିବ। ଭୋଟ୍ ଗଣତିର ପୂରା ପ୍ରକ୍ରିୟା ସିସିଟିଭି ନଜରରେ ରହିବ। ତେବେ ଆସନ୍ତାକାଲି ଧାମନଗରରେ ପୌର ଭୋଟ୍ ଗଣତି ବନ୍ଦ ରଖିବାକୁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Related Posts