ବାଲିଘାଟ ବୋମାମାଡ଼ ଘଟଣା; କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ ଏସଆଇ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଗମରା ବାଲିଘାଟରେ ବୋମା ଫିଙ୍ଗି ହତ୍ୟା ଘଟଣାରେ ବିଂଝାରପୁର ଥାନା ଏସଆଇ କଣ୍ଡୁରି ଚରଣ ଦାସଙ୍କୁ ନିଲମ୍ବିତ କରାଯାଇଥିବାର ସୂଚନା ମିଳିଛି । କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ଯାଜପୁର ଏସପି ରାହୁଲ ପିଆର ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ମାର୍ଚ୍ଚ ୧୯ ତାରିଖରେ ସୁରେନ୍ଦ୍ରଙ୍କ ଉପରେ ବୋମାମାଡ଼ ହୋଇଥିଲା। ଏ ନେଇ ସୁରେନ୍ଦ୍ର ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ।

ଏସ୍ଆଇ କଣ୍ଡୁରୀ ଦାସ ଏହା ବୋମା ନୁହେଁ, ତାଳ ପଟକା କହି ଏଡ଼ାଇ ଦେଇଥିଲେ। ପୂର୍ବରୁ ଥରେ ଏତଲା ସତ୍ତ୍ୱେ ଏସ୍ଆଇ ଅଣଦେଖା କରିଥିବା ଅଭିଯୋଗ ହୋଇଥିଲା। ଆଜି ସକାଳେ ଅଭିଯୁକ୍ତକୁ ଗିରଫ ଓ ଏସ୍ଆଇ କଣ୍ଡୁରୀ ଦାସଙ୍କୁ ନିଲମ୍ବନ ଦାବିରେ କଲ୍ୟାଣପୁର ଗ୍ରାମବାସୀ ମାଁସଡ଼ା ଛକରେ ଯାଜପୁର-ସିଂହପୁର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଏସ୍ଆଇଙ୍କୁ ନିଲମ୍ବନ ପାଇଁ ଲୋକେ ଅଡ଼ି ବସିଥିଲେ। ପରେ ଏସପି ଏସ୍ଆଇଙ୍କୁ ଡ୍ୟୁଟିରେ ଖିଲାପ ପାଇଁ ନିଲମ୍ବନ କରିଥିଲେ।

Related Posts