ପୁଣି ବଢିଲା ମାଗଣା ରାସନ୍ ଯୋଜନାର ଅବଧି, ଡିସେମ୍ବର ମାସ ପର୍ଯ୍ୟନ୍ତ ଲୋକଙ୍କୁ ମିଳିବ ମାଗଣା ରାସନ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ୩ ମାସ ବଢ଼ିଲା ମାଗଣା ରାଶନ ଯୋଜନାର ଅବଧି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ ହୋଇଛି। କରୋନା ମହାମାରୀ ସଙ୍କଟ ସମୟରୁ ଜାରି ରହିଥିବା ଏହି ମାଗଣା ରାସନ୍ ଯୋଜନା ସେପ୍ଟେମ୍ବରରେ ଶେଷ ହେଉଥିଲା। ତେବେ ସରକାର ଏବେ ଏହାକୁ ପୁଣି ବଢ଼ାଇଛନ୍ତି।

ଦେଶରେ ଗରିବଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି। ଏହା ଅନ୍ତର୍ଗତ ସରକାର ଡିସେମ୍ବର ମାସ ପର୍ଯ୍ୟନ୍ତ ମଧ୍ୟ ଲୋକଙ୍କୁ ମାଗଣାରେ ରାଶନ ଯୋଗାଇ ଦେବେ। ଏହି ଯୋଜନା ଦ୍ୱାରା ବାର୍ଷିକ କେନ୍ଦ୍ର ସରକାରଙ୍କ ଉପରେ ୪୫ ହଜାର କୋଟି ଟଙ୍କାରୁ ଅଧିକ ବୋଝ ପଡୁଥିବା ବେଳେ ଏହା ଦ୍ୱାରା ଦେଶର ୮୦ କୋଟିରୁ ଅଧିକ ଲୋକ ଉପକୃତ ହେଉଛନ୍ତି।

Related Posts