ବିଜୟ ଶୋଭାଯାତ୍ରା ଉପରେ ଲଗାଯାଇଥିବା ବ୍ୟାନକୁ ଉଠାଇଲେ ନିର୍ବାଚନ କମିଶନ; ଏଣିକି ଶୋଭାଯାତ୍ରା କରିପାରିବେ ପ୍ରାର୍ଥୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରକି୍ରୟା ଆରମ୍ଭ ହୋଇଛି । ଏହା ମଧ୍ୟରେ ବିଜୟ ଶୋଭାଯାତ୍ରା ଉପରେ ଲଗାଯାଇଥିବା ବ୍ୟାନକୁ ନିର୍ବାଚନ କମିଶନ ଉଠାଇଥିବାର କଥା ସାମ୍ନାକୁ ଆସିଛି । ଅର୍ଥାତ ଏଣିକି ପ୍ରାର୍ଥିମାନେ ନିଜର ବିଜୟ ଶୋଭାଯାତ୍ରା କରିପାରିବେ । ସେପଟେ ବିଜୟ ଶୋଭାଯାତ୍ରାକୁ ଅନୁମତି ମିଳିଥିଲେ ହେଁ ନିର୍ବାଚନ କମିଶନ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା କଟକଣା ପାଳନ କରିବାକୁ କହିଛନ୍ତି।

କଟକଣା ମଧ୍ୟରେ ବିଜୟ ପ୍ରାର୍ଥୀମାନେ ଶୋଭାଯାତ୍ରା କରିପାରିବେ। ସେହିପରି ସମସ୍ତଙ୍କୁ ମାସ୍କ ପରିଧାନ କରିବାକୁ ମଧ୍ୟ କୁହାଯାଇଛି। ଦେଶରେ ଏବେ କରୋନାର ଦୈନିକ ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ବିଜୟ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି।

Related Posts