ଘଣ୍ଟାପ୍ରତି ୨୫ କିମି ବେଗରେ ଗତି କରୁଛି ସାମୁଦ୍ରିକ ବାତ୍ୟା ଅସାନି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଘଣ୍ଟାପ୍ରତି ୨୫ କିମି ବେଗରେ ଗତି କରୁଛି ସାମୁଦ୍ରିକ ବାତ୍ୟା ଅସାନି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିଥିଲା ଏବଂ ଆଜି, ୧୦ ମେ, ପୂର୍ବହ୍ନ ୧୧ଟା ୩୦ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇ ରହିଥିଲା।

ଏହା ବର୍ତ୍ତମାନ କାକିନାଡ଼ା, ବିଶାଖାପାଟନମ୍‌ (ଆନ୍ଧ୍ରପ୍ରଦେଶ)ର ଦକ୍ଷିଣ-ଦକ୍ଷିଣ-ପଶ୍ଚିମରେ ୩୧୦ କିଲୋମିଟର, ଗୋପାଳପୁର (ଓଡ଼ିଶା)ର ଦକ୍ଷିଣ-ପଶ୍ଚିମରେ ୫୩୦ କିଲୋମିଟର, ଏବଂ ପୁରୀ (ଓଡ଼ିଶା)ର ଦକ୍ଷିଣ-ପଶ୍ଚିମରେ ୬୩୦ କିଲୋମିଟର ଦୂରରେ ରହିଥିବା ଭାରତୀୟ ପାଣିପାଗ ବିଭାଗର ୨୨ ନମ୍ବର ବୁଲେଟିନରୁ ଜଣାପଡ଼ିଛି। ଏହା ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ମେ ୧୧ ତାରିଖ ସକାଳ ସୁଦ୍ଧା କାକିନାଡା-ବିଶାଖାପାଟନମ୍‌ ଉପକୂଳ ନିକଟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି।

Related Posts