
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ବଡ଼ ବୟାନ ଦେଇଛନ୍ତି । ତେବେ ଓଡ଼ିଶା ରାଜ୍ୟ ସରକାରଙ୍କୁ ମୁଁ ଏକ ଅଣରାଜନୈତିକ ପରାମର୍ଶ ଦେବାକୁ ଚାହିଁବି। ସେ ତାଙ୍କର ଅହଂକାର ଓ ‘କଳାପାହାଡ଼’ ମାନସିକତାକୁ ପରିତ୍ୟାଗ କରନ୍ତୁ। ସେ କରୁଥିବା ଭୁଲ୍କୁ ହୃଦୟଙ୍ଗମ କରନ୍ତୁ। ଆମର ମହାନ ଐତିହ୍ୟର ପ୍ରତ୍ନତାତ୍ତ୍ବିକ ଅବଶିଷ୍ଟାଂଶକୁ ଓଡ଼ିଶା ସରକାର ଯଦି ନଷ୍ଟ କରିଦିଅନ୍ତି ତେବେ ଭବିଷ୍ୟତ ତାଙ୍କୁ କେବେ କ୍ଷମା କରିବ ନାହିଁ ବୋଲି କହିଛନ୍ତି ।
ସେପଟେ ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି, ‘ଏନ୍ଏମ୍ଏ’ର ଏନ୍ଓସିରେ କାମ ହେଉଛି। ଏଏସ୍ଆଇ ଅନୁମତି ଦେଇଥିବା କେବେ କହିନୁ, ହାଇକୋର୍ଟ ଶ୍ରୀମନ୍ଦିର ପରିକ୍ରମା ପକଳ୍ପର ନିର୍ମାଣ କାମ ଉପରେ ରହିତାଦେଶ ଦେବାକୁ ମନା କରିଛନ୍ତି, ଯାହା କିଛି ହେଉଛି ଆଇନର ପରିସର ଭିତରେ ହିଁ ହେଉଛି। କେଉଁଠି ଲେଖା ହୋଇଛି ଥରେ ଡିପିଆର ହେଲେ ବଦଳିବନି। ଯାହାର ସମସ୍ୟା ଅଛି ସେମାନେ କୋର୍ଟକୁ ଯାଆନ୍ତୁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।