ନିଜ ଅନୁଗତମାନଙ୍କୁ ମଳ-ମୂତ୍ର ପିଇବାକୁ କହୁଥିଲେ ଭଣ୍ଡ ବାବା; ଗିରଫ ପରେ ସାମ୍ନାକୁ ଆସିଲା ଆଉ ଏକ ଭୟଙ୍କର ତଥ୍ୟ

ନୂଆଦିଲ୍ଲୀ : ଅନ୍ଧବିଶ୍ବାସର ବସବତି ମଣିଷ ଅନେକ ସମୟରେ କୁ ସଂଗତ ଓ କୁ ପ୍ରଲୋଭନରେ ଶିକାର ହୋଇଥାଏ | ଖଳ ପ୍ରକୃତିର ଲୋକଙ୍କ କଥା ଉପରେ ବିଶ୍ୱାସ କରିଥାଏ | ଯାହାର ଫାଇଦା ଉଠାଇ ଥାନ୍ତି ଏହି ଶ୍ରେଣୀର ଲୋକ | ତେବେ ଆପଣ ମାନେ ଅନେକ ସମୟରେ ଖଳ ପ୍ରକ୍ରୁତର ଲୋକ ଓ ବାବାଙ୍କ ବିଷୟରେ ଶୁଣିଥିବେ | ସେମାନେ ସାଧାରଣ ଲୋକଙ୍କ ବିଶ୍ୱାସ ଓ ଭରଷାରେ ଫାଇଦା ଉଠାଇ ଥାନ୍ତି | ତେବେ ଏମିତି ଜଣେ ଭଣ୍ଡ ବାବାଙ୍କୁ ଥାଇଲାଣ୍ଡ ପୋଲିସ ଗିରଫ କରିଛି । ଏହି ବାବା ଜଣଙ୍କ ତାଙ୍କ ଅନୁଗତମାନଙ୍କୁ ନିଜ ମଳ-ମୂତ୍ର ପିଇବାକୁ କହୁଥିଲେ । ଏମିତି କରିବା ଦ୍ବାରା ସେମାନେ ରୋଗରୁ ରକ୍ଷା ପାଇବେ ବୋଲି ସେ କହୁଥିଲେ ।

ସୂଚନାଯୋଗ୍ୟ ଯେ, ଥାଓ୍ବି ନାନରା ନାମକ ଏହି ଭଣ୍ଡ ବାବାଙ୍କ ବୟସ ୭୫ ବର୍ଷ । ଏହି ବାବାଙ୍କୁ ଥାଇଲାଣ୍ଡର ଛୟାଫୁମରୁ ଗିରଫ କରିଛି ପୋଲିସ । ଏହି ବାବା ଜଣଙ୍କ ଛୟାଫୁମ୍‌ର ଏକ ଜଙ୍ଗଲରେ ରହୁଥିଲେ । ଯେଉଁଠାରେ ପୋଲିସ ଚଢାଉ କରିଥିଲା ଏବଂ ସେଠାରୁ ପୋଲିସ ଭଣ୍ଡ ବାବାକୁ ଗିରଫ କରିଛି । ପୋଲିସକୁ ବାବା ବିରୋଧରେ ଅନେକ ପ୍ରମାଣ ମିଳିଛି ।

ପୋଲିସର ସୂଚନା ଅନୁସାରେ ବାବା ନିକଟକୁ ଯାଇଥିବା ଜଣେ ମହିଳା ନଫେରିବାରୁ ବାବା ସମ୍ପର୍କରେ ଜଣାପଡିଥିଲା । ଯେତେବେଳେ ପୋଲିସ ଭଣ୍ଡ ବାବାକୁ ଗିରଫ କରିବାକୁ ଯାଇଥିଲା ତାଙ୍କ ଅନୁଗତମାନେ ପୋଲିସକୁ ସେଠାକୁ ଯିବାକୁ ଦେଇନଥିଲେ । କିନ୍ତୁ ପୋଲିସ ବାବା ଥାଭି ନାନରାଙ୍କୁ ଗିରଫ କରିଥିଲା ।

ରିପୋର୍ଟ ଅନୁସାରେ ଭଣ୍ଡ ବାବା ଆଶ୍ରମରୁ ପ୍ରାୟ ଡଜେନରୁ ଅଧିକ ଅନୁଗତଙ୍କ ସହିତ ୧୧ ଜଣଙ୍କ ମୃତଦେହ ମିଳିଥିଲା । ଏହି ମୃତଦେହଗୁଡିକ ବାବାର ଅନୁଗତମାନଙ୍କର ଥିଲା । ଏହି ଭଣ୍ଡ ବାବାର କଳାକାରନାମା ଅନେକ ବର୍ଷ ଧରି ଚାଲିଥିଲା ।

ଅନ୍ୟ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ବାବା ବେଆଇନ ଭାବେ ଜମି ଜବରଦଖଲ କରିଛନ୍ତି ଏବଂ ସେ କୋଭିଡ ନିୟମ ଉଲ୍ଲଂଘନ କରିଥିଲେ ।

Related Posts