କରୋନାରେ ରାମଦେବଙ୍କ କଂପାନୀର ଡାଏରୀ ଡିଭିଜନ ମୁଖ୍ୟଙ୍କ ପରଲୋକ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦର ଡାଏରୀ ବିଜନେସ୍ ସମ୍ଭାଳୁଥିବା ସୁନୀଲ ବଂଶଲଙ୍କ ଗତ ସପ୍ତାହରେ କୋଭିଡରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ସେ କୋଭିଡ ରୋଗରେ ପୀଡିତ ଥିବା ସହ ଫୁସଫୁସର ମସ୍ତିଷ୍କ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ମେ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲେ। ଡାଏରୀ ବିଜ୍ଞାନର ବିଶେଷଜ୍ଞ ବଂଶଲ ୨୦୧୮ ମସିହାରେ ପତଞ୍ଜଳିର ଡାଏରୀ ବ୍ୟବସାୟର ଦାୟିତ୍ୱ ଗ୍ରହଣ କରିଥିଲେ। ସେହି ସମୟରେ କମ୍ପାନୀ ପ୍ୟାକେଟ୍ ଗାଇ କ୍ଷୀର , ଦହି, ବଟରମିଲ୍କ ଏବଂ ପନିର ସମେତ ଅନ୍ୟାନ୍ୟ ଦୁଗ୍ଧ ଜାତକ ଦ୍ରବ୍ୟ ବିକ୍ରି କରିବାକୁ ଯୋଜନା କରିଥିଲା। ତାଙ୍କର ଜଣେ ବନ୍ଧୁ କହିଛନ୍ତି ଯେ ସେ ଗତ କିଛି ଦିନ ହେବ ECMO ରେ ଥିଲେ। ECMO କିମ୍ବା Extracorporeal Membrane Oxygenation ଯନ୍ତ୍ରଗୁଡ଼ିକ ଫୁସଫୁସ ଓ ହାର୍ଟ୍ ଫେଲ୍ ସମୟରେ ବ୍ଯବହାର କରାଯାଏ। ଏହା ସହ ଯଦି ହାର୍ଟ୍ ଏବଂ ଫୁସଫୁସର ଅସ୍ତ୍ରୋପଚାର ପୂର୍ବରୁ କିମ୍ବା ପରେ ବ୍ଯବହାର କରାଯାଏ । ତେବେ ବଂଶଲଙ୍କ ମୃତ୍ୟୁ ଏମିତି ଏକ ସମୟରେ ଆସିଛି ଯେତେବେଳେ ରାମଦେବ ଏଲୋପାଥିକ ଚିକିତ୍ସାକୁ କଟୁ ସମାଲୋଚନା କରି ବିବଦରେ ଫସିଛନ୍ତି । ସୂଚନାଯୋଗ୍ୟ, ରାମଦେବଙ୍କର ଏଲୋପାଥିକ ବିରୋଧରେ ଦେଇଥିବା ଏକ ମନ୍ତବ୍ୟର ଭିଡିଓ ସୋଶିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସେ ଏଲୋପାଥିକ ଚିକିତ୍ସାକୁ କଟୁ ଭାଷାରେ ସମାଲୋଚନା କରିଥିବା ନଜର ଆସିଥିଲା। ଏହାକୁ ନେଇ କଡା ବିରୋଧ କରିଥିଲା ଇଣ୍ଡିଆନ୍ ମେଡିକାଲ ଆସୋସିଏସନ। ବାବାଙ୍କ ଏହି ମନ୍ତବ୍ୟ ପାଇଁ କେନ୍ଦ୍ର ସରକାର ତୁରନ୍ତ ରାମଦେବଙ୍କୁ ଗିରଫ କରିବା ପାଇଁ ଆଇଏମଏ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ମଧ୍ୟ ବାବାଙ୍କ ଏଲୋପାଥି ଚିକିତ୍ସା ପ୍ରତି ଏଭଳି କଟୁ ମନ୍ତବ୍ୟକୁ ବିରୋଧ କରିଥିଲେ। ଏବଂ କହିଥିଲେ ଯେ, କରୋନା ବେଳେ ଦେବଦୂତ ସାଜିଥିବା ଏଲୋପ୍ୟାଥିକ ଡାକ୍ତର ମାନଙ୍କ ପାଇଁ ଏଭଳି ମନ୍ତବ୍ୟ ଅପମାନଜନକ । କରୋନା ଯୋଦ୍ଧାମାନଙ୍କୁ ଅସମ୍ମାନ କରି ବାବା ରାମଦେବ ଦେଶର ଭାବନାକୁ ଗଭୀର ଆଘାତ ଦେଇଛନ୍ତି । ଏପରି ଭାଷା କେବେ ଗ୍ରହଣୀୟ ନୁହେଁ। ଏହି ଆପତ୍ତିଜନକ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ରାମଦେବଙ୍କୁ ଚିଠି ଲେଖିଥିଲେ । ବର୍ତ୍ତମାନ ବାବା ରାମଦେବ ନିଜ ମନ୍ତବ୍ୟ ପ୍ରତ୍ୟାହାର ସଙ୍ଗେ ସଙ୍ଗେ କ୍ଷମା ପ୍ରାର୍ଥନା କରିଛନ୍ତି। ଗତ ବର୍ଷ ପତଞ୍ଜଳି ମଧ୍ୟ କୋଭିଡ -19 ର ଉପଶମ ଭାବରେ କରୋନିଲ ନାମକ ଆୟୁର୍ବେଦ ଔଷଧର ବିକ୍ରିକୁ ନେଇ ବିବାଦ ସୃଷ୍ଟି ବଢିଥିଲା। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି Covid-19 ପାଇଁ ବର୍ତ୍ତମାନ ପାଇଁ ସେମିତି କିଛି ଔଷଧ ମିଳିନାହିଁ । ସମସ୍ତେ ଟିକା ଭରଷାରେ ଅଛନ୍ତି। କିନ୍ତୁ କରୋନିଲ୍ ଔଷଧକୁ ନେଇ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ମଧ୍ୟ ଅସନ୍ତୋଷ ପ୍ରକାଶ କରି ଥିଲେ । କାରଣ ଏହା କେତେ ପ୍ରଭାବୀ ପ୍ରମାଣ କରିବା ପାଇଁ ଆବଶ୍ୟକ କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟ କମ୍ପାନୀ ପକ୍ଷରୁ ଦାଖଲ କରାଯାଇନଥିଲା ଏବଂ ସେହି ମେଡିସିନକୁ ବିନା ଲାଇସେନ୍ସରେ ବଜାରରେ ବିକ୍ରି କରିଥିଲା।

Related Posts