ରାଜଧାନୀରେ ପୁଣି ବ୍ଲାକ ପଲ୍‌ସର ଆତଙ୍କ: ବନ୍ଧୁକ ମୁନରେ ସୁନା ଚେନ୍‌ ଲୁଟି ନେଲେ ଲୁଟେରା

ଭୁବନେଶ୍ୱର : ପୁଣି ରାଜଧାନୀରେ ମାତିଲେ ଲୁଟେରା | ପୁଣି ରାଜଧାନୀରେ ରାଜରାସ୍ତାରେ ଦେଖିବାକୁ ମିଳିଲା ବ୍ଲାକ ପଲ୍‌ସର ଆତଙ୍କ | କମିଶନରେଟ୍‌ ପୋଲିସକୁ ପୁଣି ଚ୍ୟାଲେଞ୍ଜ । ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳୁଥିବା ବେଳେ, ପଲ୍‌ସରରେ ଆସି ବନ୍ଧୁକ ମୁନରେ ସୁନା ଚେନ୍‌ ଲୁଟି ନେଲେ ଲୁଟେରା ।

ଖବର ଅନୁଯାୟୀ, ଭୁବନେଶ୍ୱର ନୟାପଲ୍ଲୀ ପ୍ରିୟା ହୋଟେଲ ସମ୍ମୁଖରେ ଲୁଟ୍‌ ହୋଇଛି । କୌଣସି କାମରେ ଭୁବନେଶ୍ୱର ଆସିଥିବା ଦମ୍ପତ୍ତିଙ୍କ ଠାରୁ ଲୁଟ୍‌ ହୋଇଛି । ହୋଟେଲ୍‌ ସମ୍ମୁଖରେ ବନ୍ଧୁକ ମୁନରେ ସୁନା ଚେନ୍‌ ଲୁଟି ନେଲେ ୩ ଜଣ ଲୁଟେରା । ପରେ ଘଟଣାସ୍ଥଳରୁ ବାଇକ୍‌ରେ ଫେରାର ହୋଇଗଲେ ଲୁଟେରା ।

ସେପଟେ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏପିରିକି ନିକଟରେ ଥିବା ସିସିଟିଭି ଫୁଟେଜ୍‌ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ମିଳିଛି ।

Related Posts