ଆମ୍ବୁଲାନ୍ସ ଡ୍ରାଇଭର ଅଧିକ ଟଙ୍କା ଚାର୍ଜ କରିବାରୁ ଝିଅର ଶବକୁ କାର୍ ରେ ୮୫ କିଲୋମିଟର ନେଲେ ବାପା : ତଦନ୍ତ ନିର୍ଦ୍ଦେଶ ଦେଲା ପ୍ରଶାସନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଝିଅର ଶବକୁ କାର୍ ରେ ସିଟ୍ ବେଲ୍ଟ୍ ଲଗାଇ ନେଇଯାଉଥିବାର ଏକ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଅଭିଯୋଗ ହେଉଛି କି କରୋନାରେ ପ୍ରାଣ ହରାଇଥିବା ଝିଅର ମୃତ ଦେହକୁ ନେଵାକୁ ୮୫ କିଲୋମିଟର ଦୂରତା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ୧୬ ରୁ ୩୫ ହଜାର ଟଙ୍କା ଚାର୍ଜ କରିବାରୁ ବାପା ନିଜେ ଡ୍ରାଇଭ କରି ନେଉଥିବା ଦେଖିବାକୁ ମିଳିଛି। ଘଟଣା ହେଉଛି ରାଜସ୍ଥାନର କୋଟା ସହରର। ମୃତ ସୀମା ଗତ ଏପ୍ରିଲ ୨୪ ତାରିଖରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ କୋଟାର ନ୍ଯୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରବିବାର ଦିନ ତାଙ୍କର ଦେହାନ୍ତ ହୋଇଛି। ସେ କୋଟା ଠାରୁ ୮୫ କିଲୋମିଟର ଦୂରରେ ଥିବା ଝାଲାୱାରର ବାସିନ୍ଦା। ତାଙ୍କ ସମ୍ପର୍କୀୟ ମାନଙ୍କ ସୂଚନା ମୁତାବକ ଝିଅର ମୃତ ଶରୀରକୁ ନେବା ପାଇଁ ତାଙ୍କ ବାପା ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ କୋଟାରୁ ଝାଲାୱାର ଯିବା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ୧୫ ରୁ ୩୫ ହଜାର ଟଙ୍କା ଚାର୍ଜ କରିଥିଲା। ତେବେ ଝିଅର ବାପା ସେତିକି ଟଙ୍କା ଦେବାକୁ ଅକ୍ଷମ ଥିଲେ। ତେଣୁ କାରର ଆଗ ସିଟରେ ସିଟ ବେଲ୍ଟରେ ଝିଅର ଶବକୁ ବାନ୍ଧି ଝାଲୱାରକୁ ନେଇଯାଇଥିଲେ ।ତେବେ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କୋଟା ଜିଲ୍ଲା କଲେକ୍ଟର ଉଜୱାଲ ରାଠୋଡ କହିଛନ୍ତି ଯେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏବଂ ମୃତ ଝିଅର ବାପାଙ୍କ ଠାରୁ ଉକ୍ତ ଆମ୍ବୁଲାନ୍ସ ଡ୍ରାଇଭରର ସବିଶେଷ ତଥ୍ୟ ମଗାଯାଇଛି।

Related Posts