ମୁମ୍ଵାଇ : ଆଇପିଏସ୍ ଅଧିକାରୀଙ୍କ କାହାଣୀକୁ ବଡ ପରଦା ଉପରକୁ ଆଣିବେ ବଲିଉଡ୍‌ ନିର୍ଦ୍ଦେଶକ ବିଦୁ ବିନୋଦ ଚୋପ୍ରା । ତାଙ୍କ ନୂତନ ଚଳଚ୍ଚିତ୍ରଟି ହେଉଛି ’12th ଫେଲ୍‌ । ଯାହାର କାହାଣୀ ଆଇପିଏସ୍ କିମ୍ବା ଆଇଏଏସ୍ ଅଧିକାରୀ ହେବାର ସ୍ୱପ୍ନ ଦେଖୁଥିବା ଛାତ୍ରମାନଙ୍କ ପାଇଁ। ‘ପି.କେ’, ‘ମୁନ୍ନାଭାଇ ଏମବିବିଏସ୍ ଫ୍ରାଞ୍ଚାଇଜ୍’, ‘୩-ଇଡିଅଟ୍ସ’ ଏବଂ ‘ମିଶନ୍ କାଶ୍ମୀର’ ଭଳି କ୍ଲାସିକ୍ ଚଳଚ୍ଚିତ୍ର ଆଣିବା ପରେ ବିଦୁ ବିନୋଦ ଚୋପ୍ରା ଅନୁରାଗ ପଠକଙ୍କ ବେଷ୍ଟ ସେଲିଂ ନୋବେଲ୍‌ ଉପରେ ଆଧାରିତ ’12th ଫେଲ୍‌’ର ନିର୍ଦ୍ଦେଶନା ଦେବେ। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ନଜର ଆସିବେ।

ବିଦୁଙ୍କ ଅନୁଯାୟୀ ଅନୁରାଗ ପଠକଙ୍କ ଉପନ୍ୟାସରେ ଏହି କାହାଣୀ ପଢିବା ପରେ ସେ ଏହା ଉପରେ କାମ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏହା ଏକ ଜୀବନୀ କାହାଣୀ ହେବ ନାହିଁ। କିନ୍ତୁ ଚଳଚ୍ଚିତ୍ରର ସର୍ବାଧିକ ଅଂଶ ମନୋଜ କୁମାର ଶର୍ମାଙ୍କ ଜୀବନ ଦ୍ୱାରା ଅନୁପ୍ରାଣିତ । ଏହି ଚଳଚ୍ଚିତ୍ର ପ୍ରତ୍ୟେକ ମଣିଷକୁ କିଛି କରିବା ପାଇଁ ଶକ୍ତି ପ୍ରଦାନ କରିବ। ଯେଉଁଥିରେ ଦର୍ଶାଯିବ ଯେ ଜଣେ ଦ୍ୱାଦଶ ବିଫେଲ୍‌ ବ୍ୟକ୍ତି କିପରି ଆଇପିଏସ୍ ଅଧିକାରୀ ହୋଇଥିଲେ।

ଆପଣ ଜାଣନ୍ତି କି ମନୋଜ କୁମାର ଶର୍ମା କିଏ? ମନୋଜ କୁମାର ଶର୍ମା ପ୍ରକୃତରେ ଲୋକମାନଙ୍କ ପାଇଁ ଏକ ଉଦାହରଣ। ସେ ଦ୍ୱାଦଶରେ ଫେଲ୍। ପରେ ପଇସା ରୋଜଗାର କରିବା ପାଇଁ ଅଟୋ ଚଳାଇବା ଆରମ୍ଭ କରିଥିଲେ। ପରେ ଗ୍ଵାଲିଅର ଯାଇ ପିଅନ ଭାବରେ କାମ କଲେ। ଏଠାରୁ ଅଧ୍ୟୟନ ପ୍ରତି ତାଙ୍କର ଆଗ୍ରହ ବୃଦ୍ଧି ପାଇଲା। ସେହି ସମୟରେ ମନୋଜ ଜଣେ ଝିଅ ଭଲ ପାଉଥିଲେ, କହିଥିଲେ ଯଦି ସେ ଝିଅ ମୋତେ ହଁ କରି ଦେବ ତାହାଲେ ସମଗ୍ର ପୃଥିବୀକୁ ଓଲଟାଇକି ରଖିଦେବି। ଏହାପରେ ସେ ପ୍ରେମରେ ଏବଂ ବୃତ୍ତିଗତ ଜୀବନରେ ସଫଳତା ପାଇଥିଲେ