ଦେଶର ସେବା କରିବାରେ ମୁଁ ତିଳେମାତ୍ର ଅବହେଳା କରିନାହିଁ: ମୋଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରରେ ମୋଦି ସରକାରଙ୍କୁ ୮ ବର୍ଷ ପୁରିଛି । ଏହି ଅବସରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ରାଜକୋଟରେ ଆୟାଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ତେବେ ଏହି ୮ ବର୍ଷ ଭିତରେ ସେ ଏମିତି କିଛି କାମ କରିନାହାନ୍ତି ଯେଉଁଥି ପାଇଁ ଦେଶବାସୀଙ୍କୁ ଲାଜରେ ମୁଣ୍ଡ ନଇଁବାକୁ ପଡ଼ିବ । ରାଜକୋଟରେ ମୋଦି ୨୦୦ ଶଯ୍ୟା ବିଶିଷ୍ଟ ମଲଟି-ସ୍ପେସିଆଲିଟି ହସପିଟାଲ ଉଦଘାଟନ କରିଥିଲେ। ମୋଦି କହିଥିଲେ ଯେ, ଦେଶର ସେବା କରିବାରେ ସେ ତିଳେମାତ୍ର ଅବହଳା କରିନାହାନ୍ତି। ମୁଁ ସେମିତି କିଛି କାମ କରିବାକୁ ଅନୁମତି ଦେଇ ନାହିଁ କିମ୍ବା ନିଜେ ମଧ୍ୟ ବ୍ୟକ୍ତିଗତ ଭାବେ କରିନାହିଁ, ଯେଉଁଥି ପାଇଁ ଦେଶର ଜଣେ ବ୍ୟକ୍ତି ଲାଜରେ ମୁଣ୍ଡ ନୂଆଁଇବ।

ଗତ ୮ ବର୍ଷ ମଧ୍ୟରେ ଦେଶ ନିର୍ମାଣରେ ନିଷ୍ଠାପର ଭାବେ କାମ କରିଛୁ। ଜାତିର ପିତା ମହାତ୍ମା ଗାନ୍ଧି ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ୱପ୍ନର ଭାରତ ଦିଗରେ କାର‌୍ୟ୍ୟକ୍ରମ ହାତକୁ ନିଆଯାଇଛି। ଏହି ସମୟ ମଧ୍ୟରେ ସରକାର ଗରିବଙ୍କ ଉନ୍ନତି ପାଇଁ କାମ କରିଛନ୍ତି। ଗରିବଙ୍କକ କଲ୍ୟାଣ ଲାଗି ସରକାର ଅନେକ ସ୍କିମ ଆଣିଛନ୍ତି। ଯାହା ସେମାନଙ୍କ ଉଚ୍ଚମାନର ଜୀବନ ଧାରଣରେ ସହାୟକ ହୋଇପାରିଛି। କୋଭିଡ୍ ସମୟରେ ଦେଶବାସୀଙ୍କ ପାଇଁ ଶସ୍ୟ ଭଣ୍ଡାର ଖୋଲି ଦିଆଯାଇଛି। ସେହିପରି ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦିଆଯାଥିବାର ବୋଲି ମୋଦି କହିଛନ୍ତି ।

Related Posts