ପ୍ରଧାନ ଶିକ୍ଷକଙ୍କୁ ୧୮ ମିନିଟ୍‌ରେ ୨୦ ଚାପୁଡ଼ା ମାରିଲେ ଦୁର୍ବୃତ୍ତ, ଅଭିଯୁକ୍ତକୁ ଗିରଫ ନକଲେ ସ୍କୁଲ୍ ବନ୍ଦ କରିବାର ଧମକ ଦେଲେ ପ୍ରଧାନଶିକ୍ଷକ

ଲକ୍ଷ୍ନୌ: ୟୁପିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଜଣେ ପ୍ରଧାନଶିକ୍ଷକଙ୍କୁ ଜଣେ ଦୁର୍ବୃତ୍ତ ମାଡ଼ ମାରିଛନ୍ତି । ସେ ପୁଣି 20 ମିନିଟ୍ ରେ 18 ଟା ଚାପୁଡ଼ା । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣାକୁ ନେଇ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଛି। ତାକୁ ଗିରଫ ନେଇ ଦାବି ହୋଇଚି ।

ସୂଚନାଯୋଗ୍ୟ, ଜଲୌନ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ଜଣେ ଗୁଣ୍ଡା ପଶି ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିବା ଏକ ଭାଇରାଲ୍‌ ଭିିଡିଓରେ ଦେଖିବାକୁ ମିଳିଛି। ଗୁଣ୍ଡା ଜଣକ ପ୍ରଧାନ ଶିକ୍ଷକଙ୍କୁ ୧୮ ମିନିଟ୍‌ରେ ୨୦ ଚାପୁଡ଼ା ମାରିଥିବା ଭିଡ଼ିଓରେ ଦୃଶ୍ୟମାନ ହୋଇଛି।

ଏ ନେଇ ଶିକ୍ଷକ ଜଣକ ଥାନାରେ ଅଭିଯୋଗ ଆଣିଛନ୍ତି। ଯଦି ସେହି ଗୁଣ୍ଡାକୁ ପୁଲିସ୍‌ ଗିରଫ ନକରେ ତେବେ ସ୍କୁଲ୍‌ ବନ୍ଦ କରି ଦେବାକୁ ମଧ୍ୟ ପ୍ରଧାନ ଶିକ୍ଷକ ଜଣକ ଚେତାବତୀ ଦେଇଛନ୍ତି।

ଏହି ଘଟଣାଟି ହେଉଛି ଜଲୌନ ଜିଲ୍ଲାର ନଦିଗାଓଁ ବିକାଶଣ୍ଡର ଜୁଗରାଜପୁରସ୍ଥିତ ଜୁଗରାଜପୁର ଗ୍ରାମର। ସ୍କୁଲର ପ୍ରଧାନ ଶିକ୍ଷକ ରାଧାମ‌ୋହନ ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ସେହି ଗାଁ‌ର କମଲ ନାମକ ଜ‌ଣେ ଯୁବକ ସେଠାରେ ପହଞ୍ଚି ତାଙ୍କୁ ବାହାରକୁ ଡାକି ବହୁ ଗାଳିଗୁଲଜ କରିବା ସହ ମାରପିଟ ବି କରିଥିଲେ।

କମଲ ରାଧା‌ମୋହନଙ୍କୁ ମାରୁଥିବା ବେଳେ ସ୍ଥାନୀୟ ଲୋକେ ଘଟଣାର ଭିଡ଼ିଓ କରି ତାହାକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରି ଦେଇଥିବା ଦେଖିବାକୁ ମିଳିଛି । ଏନେକ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Related Posts