ଶ୍ରୀମନ୍ଦିର ଜଗମୋହନ ଓ କୋଣାର୍କ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବାକୁ ଆମିକସ କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଶ୍ରୀମନ୍ଦିରର ଜଗମୋହନ ସହ କୋଣାର୍କ ସୂର୍ଯ୍ୟ ମନ୍ଦିରର ମଧ୍ୟ ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଏହି ୨ ମନ୍ଦିରର ମରାମତି ନିମନ୍ତେ କ’ଣ ଆବଶ୍ୟକ ସତ୍ୟପାଠରେ ତାହା ଉଲ୍ଲେଖ କରି ଦାଖଲ କରିବାକୁ କହିଛନ୍ତି କୋର୍ଟ। ତେବେ ଆସନ୍ତା ଅକ୍ଟୋବର ୧୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।ଗତକାଲି ଉଭୟ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର ମାମଲାର ଏକାକାଳୀନ ଶୁଣାଣି କରି ଆମିକସ କ୍ୟୁରୀଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଦୀର୍ଘ ୨ ବର୍ଷରୁ ଅଧିକ ସମୟ ପରେ ଏହି ମାମଲା ଦୁଇଟିର ଶୁଣାଣି ହୋଇଥିଲା । ଆମିକସ କ୍ୟୁରୀ ଏନ.କେ. ମହାନ୍ତି ଶ୍ରୀମନ୍ଦିର ଜଗମୋହନ ଏବଂ ସୂର୍ଯ୍ୟ ମନ୍ଦିର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଉଭୟର ମରାମତି ଆବଶ୍ୟକ ଥିବା ନେଇ ସେ କୋର୍ଟଙ୍କୁ ଅବଗତ କରାଇଥିଲେ ।

ଏହା ଶୁଣିବା ପରେ ଉଭୟ ଶ୍ରୀମନ୍ଦିର ଜଗମୋହନ ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ସ୍ଥିତି ଅନୁଧ୍ୟାନ କରିବାକୁ ହାଇକୋର୍ଟ ଆମିକସ କ୍ୟୁରୀଙ୍କୁ ନିର୍ଦେଶ ଦେଇଛନ୍ତି । ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ମରାମତି ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରିବାକୁ ଖଣ୍ଡପୀଠ କହିଛନ୍ତି । ୨ ମାସ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Related Posts