ସପ୍ଟୱେର ଇଂଜିନିୟର ଶ୍ବେତା ଆତ୍ମହତ୍ୟା ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର : ସପ୍ଟୱେର ଇଂଜିନିୟର ଶ୍ବେତା ଆତ୍ମହତ୍ୟା ଘଟଣା ରେ ଏବେ ସମଗ୍ର ରାଜ୍ୟରେ ଚହଳ ଖେଲାଇଥିବା ବେଳେ, ଏବେ ସାମ୍ନାକୁ ଆସିଛି ଶ୍ବେତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସେହିପରି ବେକ ବ୍ୟତିତ୍ୱ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ । ରିପୋର୍ଟ ଆଧାରଣରେ ତଦନ୍ତ ହେବ ପୋଲିସ ପକ୍ଷରୁ କୁହାଯାଇଛି।

ସେହିପରି ଅନ୍ୟପଟେ ଶ୍ୱେତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଆମ ଝିଅର ମୃତ୍ୟୁ ପଛରେ ହିଁ ସୌମ୍ୟଜିତଙ୍କ ହାତ ରହିଛି । ସେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି । ତେଣୁ ତାଙ୍କୁ ଗିରଫ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଥିଲେ । ଏପିରିକି ଶ୍ୱେତା-ସୌମ୍ୟଜିତଙ୍କ ଅଡିଓ ଭାଇରାଲ ହେଉଛି । ଯେଉଁଥିରେ ଉଭୟ ଗାଳି ଓ ଅସଭ୍ୟ ଭାଷାରେ କଥା ହେଉଥିବା ଶୁଣିବାକୁ ମିଳିଥିଲା ।

Related Posts