ଆଜି ଉଦ୍‌ଯାପିତ ହେବ କଟକର ଐତିହାସିକ ବାଲିଯାତ୍ରା

କଟକ : ଆଜି ସରିବ ତଥା ଉଦ୍‌ଯାପିତ ହେବ କଟକର ଐତିହାସିକ ବାଲିଯାତ୍ରା । ତେବେ ଆଜିର ଏହି ଉଦ୍ ଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଗଲା ୮ ତାରିଖ, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ବୁଧବାର ଦିନ ଶେଷ ହେବାକୁ ଥିବା ବେଳେ ପ୍ରଶାସନିକ ନିଷ୍ପତ୍ତି କ୍ରମେ ଏହାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । ଚଳିତ ବର୍ଷ ସର୍ବାଧିକ ୧୦ ଦିନ ଧରି ଚଳିତ ବର୍ଷ ବାଲିଯାତ୍ରା ଆୟୋଜିତ ହୋଇଥିଲା । କୋଭିଡ କଟକଣା ଯୋଗୁଁ ୨ ବର୍ଷ ପରେ ବାଲିଯାତ୍ରା ଆୟୋଜନ ହୋଇଥିବାରୁ ଏବର୍ଷ ନାହିଁନଥିବା ଭିଡ ଦେଖିବାକୁ ମିଳିଛି । ଏଥିସହିତ ବ୍ୟବସାୟ ମଧ୍ୟ ପୂର୍ବ ସମସ୍ତ ରେକର୍ଡକୁ ଟପି ଯାଇଛି ।

Related Posts