ପଞ୍ଜାବ ମୂଖ୍ୟମନ୍ତ୍ରୀଙ୍କୁ ବିବାହ କରିବାକୁ ଥିବା ଗୁରପ୍ରୀତ୍ କୌର କିଏ?

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଆସନ୍ତା କାଲି ଦ୍ଵିତୀୟ ଥର ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ବିବାହ ଉତ୍ସବ ଚଣ୍ଡିଗଡ ରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବ ରେ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ତଥା ଆପ ପ୍ରମୁଖ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି। ୪୮ ବର୍ଷ ବୟସ୍କ ଭଗୱନ୍ତ ଙ୍କ ର ଏହା ହେଉଛି ଦ୍ଵିତୀୟ ବିବାହ। ଏହା ପୂର୍ବରୁ ଇନ୍ଦରପ୍ରିତ୍ କୌର ଙ୍କ ସହ ସେ ବିବାହ କରିଥିଲେ ଓ ତାଙ୍କର ବିବାହ ବିଚ୍ଛେଦ ମଧ୍ୟ ହୋଇ ସାରିଛି ।
ତେବେ ଭଗୱନ୍ତ ଦ୍ଵିତୀୟ ବିବାହ କରିବାକୁ ଥିବା ୩୨ ବର୍ଷ ବୟସ୍କ ଗୁରୁପ୍ରୀତ କୌର ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାର ପେହୋୱା ଅଞ୍ଚଳର ଏକ ଗାଁରୁ ଆସିଛନ୍ତି |

ତାଙ୍କ ପିତା ଇନ୍ଦରଜିତ ସିଂ ଜଣେ କୃଷକ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେ ପୂର୍ବରୁ ମଦନପୁର ଗାଁର ସରପଞ୍ଚ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ମା ଜଣେ ଗୃହିଣୀ। ସେ ତାଙ୍କ ପରିବାରର ତିନି ଭଉଣୀଙ୍କ ମଧ୍ୟରୁ ସାନ।
ଡ଼. କୌର ପ୍ରାୟ ୪ ବର୍ଷ ପୂର୍ବେ ମଲାନାର ମହାରାଣୀ ମାର୍କାଣ୍ଡେଶ୍ୱର ବିଶ୍ୱବିଦ୍ୟାଳୟ (MMU) ରୁ ଏମ ବି ବି ଏସ କରିଥିଲେ ।ସେ ବର୍ତ୍ତମାନ ଜଣେ ଡାକ୍ତର ଭାବରେ କାର୍ଯ୍ୟ କରୁଥିବା ଜଣାପଡିଛି।

Related Posts