କର୍ଣ୍ଣାଟକ ସରକାର ସ୍ଥିର କଲେ ମୂଲ୍ୟ – ସିଟି ସ୍କାନ ୧୫୦୦ ଟଙ୍କା ଓ ଏକ୍ସ-ରେ ମୂଲ୍ୟ ୨୫୦/-

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କର୍ଣ୍ଣାଟକରେ ଲକଡାଉନ୍ ସତ୍ତ୍ୱେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏପଟେ RTPCR ଟେଷ୍ଟ , ରେଡିଓଲୋଜି ଟେଷ୍ଟ ଇତ୍ୟାଦି ସାଧାରଣ ଜନତାଙ୍କ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରୁଛି। ଏହାକୁ ଧ୍ୟାନରେ ରଖି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ ସରକାର ଘରୋଇ ଡାକ୍ତରଖାନା ଏବଂ ଲାବୋରେଟୋରୀରେ ସିଟି-ସ୍କାନ୍ ଏବଂ ଏକ୍ସ-ରେ ମୂଲ୍ୟ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ କୋଭିଡ୍ ସଂକ୍ରମଣ ବିଷୟରେ ଜାଣିବା ପାଇଁ ଏହି ଟେଷ୍ଟ ନିତ୍ୟାନ୍ତ ଜରୁରୀ। ସ୍ବାସ୍ଥ୍ୟ ମନ୍ତ୍ରୀ ସୁଧାକର କହିଛନ୍ତି,”ଘରୋଇ ଡାକ୍ତରଖାନା ଏବଂ ଲ୍ୟାବରେ ସିଟି-ସ୍କାନ ଏବଂ ଡିଜିଟାଲ ଏକ୍ସ-ରେ ମୂଲ୍ୟ ଯଥାକ୍ରମେ 1,500 ଏବଂ 250 ଟଙ୍କା କରିବାକୁ ନିଷ୍ପତ୍ତି ନେଇଛନ୍ତି। ” ସୂଚନାଯୋଗ୍ୟ ଗୁରୁବାର ଦିନ କର୍ଣ୍ଣାଟକରେ 49,058 ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ୍ ମାମଲା 17,90,104 ରେ ପହଞ୍ଚିଛି। ଯେଉଁଥିରୁ 5,17,075 ସକ୍ରିୟ ମାମଲା ରହିଛି।  18,943 କରୋନା ରୋଗୀ ଡିସଚାର୍ଜ ହେବା ସହିତ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 12,55,797 କୁ ବୃଦ୍ଧି ପାଇଛି ବୋଲି ସରକାରୀ ତଥ୍ୟରୁ  ଜଣାପଡ଼ିଛି। 

Related Posts