ସଂସ୍କୃତି ବିଶ୍ୱବିଦ୍ୟାଳୟରେ ସମ୍ବଲପୁର ଅବସ୍ଥା, ଦୀନବନ୍ଧୁଙ୍କ ପରି ବହୁ ଠିକା କର୍ମଚାରୀ ହା ହୁତାଶ ରେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦୀର୍ଘବର୍ଷ ଧରି କାମ କରୁଥିବା ଜଣେ ଠିକା କର୍ମଚାରୀ ଆତ୍ମହତ୍ୟା କରିବା ଘଟଣାଟି ରାଜଭବନରୁ ରାଜରାସ୍ତା ପ୍ରର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ହୋଇଛି । ରାଜଜଧାନୀରେ ଓଡିଶା ସରକାରଙ୍କ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ ର କର୍ମଚରେି ମାନେ ୧୫ ରୁ ୨୦ ବର୍ଷ ଧରି ଠିକା କର୍ମଚାରି ଭାବେ କାମକରି ଆସୁଛନ୍ତି । ଠିକା କର୍ମଚାରି ମାନଙ୍କୁ କୁ ରେଗୁଲାର କରିବା ପାଇଁ ପଦକ୍ଷେପ ନେବାଲାଗି ଓଡିଶା ହାଇକୋର୍ଟ ବାରମ୍ବାର ନିର୍ଦ୍ଦେଶ ଦେଉଥିଲେ ମଧ୍ୟ ଏଦିଗରେ ବିଶେଷ ଦୃଷ୍ଠି ଦିଆଯାଉନାହିଁ । ଠିକା କର୍ମଚାରିଙ୍କ ଦ୍ୟାରା ପରିକ୍ଷା ପରିଚାଳନା ଠାରୁ ଆରମ୍ଭ କରି ଫଳ ପ୍ରକାଶନ , ସାର୍ଟିଫିକେଟ ବଣ୍ଟନ ସବୁ କାର୍ଯ କରାଯାଉଛି । ଯଦି ଏମାନେ କାମ ବନ୍ଦ କରି ଦେବେ ବିଶ୍ୱବିଦ୍ୟାଳୟ ଅଚଳ ହୋଇ ପଡିବ । ୧୯୯୯ ମସିହାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତିଆରି ହେବା ପରେ ପ୍ରଥମ କୁଳପତି ଏକ କମିଟ ଗଠନ କରି ତୃତୀୟ ଓ ଚତୁର୍ଥ ଶ୍ରେଣୀ ପାହ୍ୟା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରି ଥିଲେ । ଏହା ପରେ ଏମାନଙ୍କ ମଧ୍ୟରୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ବାଛି ନିଯୁକ୍ତି ଦେଇଥିଲେ । ସେତେବେଳେ ସେମାନଙ୍କୁ ଅସ୍ଥାୟୀ କର୍ମଚାରି ରୁପେ ରଖାଯାଇଥିଲା । ଏହା ମଧ୍ୟରେ ୨୦ ବର୍ଷ ଅତିକ୍ରମ କରିଯାଇଥିବା ବେଳେ ଏମାନଙ୍କୁ ନିୟମିତ କରାଯାଇ ନାହିଁ । ଅଦାଲତରୁ ଆଦେଶ ଆଣିଲେ ନିୟମିତ ହେବବୋଲି କର୍ତ୍ତୃ ପକ୍ଷ ବାରମ୍ବାର ମୌଖିକ ଭାବେ କହୁଛନ୍ତି । ବିଶ୍ୱବିଦ୍ୟାଳୟ ପରିଚାଳନା କମିଟ ଠିକା କର୍ମଚାରି ମାନଙ୍କୁ ନିୟମିତ କରିବା ସପକ୍ଷରେ ପ୍ରସ୍ତାବ ଗ୍ରହଣ କରିଛନ୍ତି । କିନ୍ତୁ ସଂସ୍କୃତି ବିଭାଗ ବିଶ୍ୱବିଦ୍ୟାଳୟର ପ୍ରସ୍ତାବରେ ରାଜି ହେଉନାହିଁ । ଏ ଘଟଣା ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃ ପକ୍ଷ ବରିଷ୍ଠ ଆଇନଜୀବୀମାନଙ୍କ ପରାମର୍ଶ ଲୋଡିଥିଲେ ଏବଂ ଆଇନଜୀବୀ ମାନେ ମଧ୍ୟ ନିୟମିତ କରିବା ସପକ୍ଷରେ ମତ ଦେଇଥିଲେ । କିନ୍ତୁ ଏପ୍ରର୍ଯନ୍ତ ସେମାନଙ୍କୁ ନିୟମିତ କରାଯାଉ ନାହିଁ । ଏବେ ସେମାନଙ୍କ ମଧ୍ୟରୁ ଅନେକଙ୍କ ବୟସ ୫୦ ରୁ ଅଧିକ ହେଲେଣି । ନିୟମିତ ହୋଇ ପାରୁନଥିବାରୁ ଢେରେ କମ୍ ଦରମା ମିଳୁଛି ।ଏଥିରେ ପରିବାର ପୋଷଣ କରିବା କଷ୍ଟ କର ହୋଇ ପଡୁଛି । ରାଜ୍ୟ ସରକାର ଛଅ ବର୍ଷ କାମ କଲେ ନିୟମିତ ହେବ ବୋଲି ଆଇନ୍ ପ୍ରଣୟନ ହୋଇଛି କିନ୍ତୁ ୨୦ ବର୍ଷ କାମ କରି ମଧ୍ୟ ରେଗୁଲାର ହୋଇ ପାରୁନାହିଁ । ଏପରି ଏକ ଘଟଣାରେ ମାନସିକ ଭାରସ୍ୟାମ ହରାଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜଣେ ଠିକା କର୍ମଚାରି ଆତ୍ମହତ୍ୟା କରିଛନ୍ତି । ଏହି ପ୍ରସଙ୍ଗଟି ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ କୁଳପତିଙ୍କ ରିପୋର୍ଟକୁ ଆଧାର କରି ରାଜ୍ୟପାଳ ତଦନ୍ତ ଲାଗି ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts