ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ରତ୍ନସିଂହାସନ ସଂପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ଦେଲେ ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଆଦର୍ଶ ଗୁରୁକୂଳ ନେଇ ଏମଓୟୁ ଓ ସୋସାଇଟି ଗଠନକୁ ବୈଠକରେ ଅନୁମତି ଦିଆଯାଇଛି । ସେହିଭଳି ଆବାସ ଯୋଜନା ଖୁବ ଶୀଘ୍ର ଆରମ୍ଭ ହେବା ନେଇ ବୈଠକ ରେ ନିଷ୍ପତ୍ତି ହୋଇଛି । ଲ୍ୟାଣ୍ଡସବକମିଟି ବୈଠକର ନିଷ୍ପତ୍ତି ଉପରେ ମଧ୍ୟ ବୈଠକ ରେ ମୋହର ବଜିଥିବାନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନ ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ରତ୍ନ ସିଂହାସନ ପଛପାଶ୍ୱର୍ରୁ ଲାଇମ ପ୍ଲାଷ୍ଟର ଖସିଥିବା ବୈଠକରେ ସ୍ପଷ୍ଟ କରାଯାଇଛି ।ପ୍ଲାଷ୍ଟର ଖସିବା ନେଇ ଏସସଆଇ ଅନୁଧ୍ୟାନ ଆରମ୍ଭ କରିଛି । ଆସନ୍ତା ରଥଯାତ୍ରା ବେଳେ ଏହାକୁ ପୁନଃ ପ୍ଲାଷ୍ଟର କରାଯିବ ବୋଲି ସୂଚନା ମିଳିଛି।

Related Posts