ମୋଦି ସରକାରଙ୍କୁ ବୁଝିବାକୁ ପଡ଼ିବ ଯେ ବିଶ୍ୱ ବିଜେପି ଆଉ RSS ସ୍ୱରରେ ନାଚିବ ନାହିଁ: ପି ଚିଦାମ୍ବରମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ ପୁଣିଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମୋଦୀ ସରକାରଙ୍କୁ ବୁଝିବାକୁ ପଡ଼ିବ ଯେ ବିଶ୍ୱ ବିଜେପି ଆଉ ଆରଏସଏସ ସ୍ୱରରେ ନାଚିବ ନାହିଁ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ପୂର୍ବତନ ଅର୍ଥମନ୍ତ୍ରୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏହି ସରକାର ଅନ୍ୟମାନଙ୍କ ମତ ଏବଂ ମତାମତକୁ ଶୁଣୁନାହାଁନ୍ତି ବୋଲି କହିଛନ୍ତି । ସେପଟେ ବାସ୍ତବରେ ପରିବେଶ କାର୍ୟ୍ୟଦକ୍ଷତା ସୂଚକାଙ୍କ ରିପୋର୍ଟକୁ ଦର୍ଶାଇ ପୂର୍ବତନ ଅର୍ଥମନ୍ତ୍ରୀ ଏପରି କହିଥିବାର ଦେଖିବାକୁ ମିଳିଛି ।

୧୮୦ ଦେଶର ପରିବେଶ ଉପରେ ଉପସ୍ଥାପିତ ହୋଇଥିବା ଏହି ରିପୋର୍ଟରେ ଭାରତ ଶେଷ ସ୍ଥାନ ପାଇଛି । ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ଏନଡିଏ ସରକାର ‘ନୋ ଡାଟା ଉପଲବ୍ଧ’ ସରକାର ଭାବରେ ଜଣାଶୁଣା। ବର୍ତ୍ତମାନ ଏହା ଏକ ସରକାର ଯାହା ମତଭେଦକୁ ପ୍ରତ୍ୟାଖ୍ୟାନ କରେ । ତେଣୁ ଏହା ପରିବେଶ ପ୍ରଦର୍ଶନ ସୂଚକାଙ୍କକୁ ପ୍ରତ୍ୟାଖ୍ୟାନ କରିଛି । ଯେଉଁଥିରେ ୧୮୦ ଟି ଦେଶ ମଧ୍ୟରେ ଭାରତ ଶେଷ ସ୍ଥାନରେ ରହିଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts