କୋଭିଡ଼ କଟକଣା ଭିତରେ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ : ରହିବ ଶୂନ୍ୟକାଳ ଓ ପ୍ରଶ୍ନ କାଳ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚଲାଇବା ପାଇଁ ଆଲୋଚନା ହୋଇଛି। ତେବେ କୋଭିଡ୍ କଟଣା ଭିତରେ ଏଥର ଅଧିବେଶନ ଚାଲିବ। ତେବେ  ଶୂନ୍ୟକାଳ ଓ ପ୍ରଶ୍ନ କାଳ ମୌସୁମୀ ଅଧିବେଶନରେ ରହିବ । 

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ମୌସୁମୀ ଅଧିବେଶନକୁ ନେଇ ଏହି ବୈଠକରେ ଆଲୋଚନା ହୋଇଛି । ସେପ୍ଟମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥର ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି ।

ସମସ୍ତ ବିଧାୟକ ଓ ମନ୍ତ୍ରୀ ମାନଙ୍କର ଆଣ୍ଟିବଡି ଟେଷ୍ଟ କରାଯିବ । ତେବେ ଏହି ମୌସୁମୀ ଅଧିବେଶନରେ ଷ୍ଟାର ପ୍ରଶ୍ନ ରହିବ ଏବଂ ଶନିବାର ମଧ୍ୟ ବିଧାନସଭା କାର୍ଯ୍ୟ ଚାଲିବ । ଏଥର ଅଧିବେଶନରେ ଗୃହକାର୍ଯ୍ଯ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ସାଢେ ଗୋଟାଏ ପର୍ଯ୍ୟନ୍ତ ଚାଲିବ ଏବଂ ଅପରାହ୍ଣରେ ୪ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ । ଏହିପରି ଭାବରେ ଦିନକୁ ୫ ଘଣ୍ଟା ଗୃହକାର୍ଯ୍ୟ ଚାଲିବ । ଏତଦ୍ ବ୍ୟତୀତ ମୁଲତବୀ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ରହିବ । ମୁଖ୍ୟ ବିରୋଧୀ ଦଳ ବିଜେପି ୪ ଟି ଓ କଂଗ୍ରେସ ୨ ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । ମୁଲତବୀ ଆଲୋଚନ ବେଳେ ବିରୋଧୀ ଦଳ ୫୫ ମିନିଟ, ସରକାରୀ ଦଳ ୩୫ ମିନିଟ କହିବେ ।

ଗତଥର ଭଳି ବିଧାୟକ ମନ୍ତ୍ରୀ ବସିକି କିମ୍ବା ଠିଆ ହୋଇ ଉତ୍ତର ରଖିପାରିବେ । ବିଧାୟକ ମାନେ ଓକାକ ବିଲ୍ଡିଂ, ଲୋକ ସେବା ଭବନ ଓ ଅନ୍ୟସ୍ଥାନରେ ବସିବେ । ଏହା ବ୍ୟତୀତ ଗୃହ ଭିତରେ କୌଣସି କାଗଜ ଦିଆଯିବନି । ତେବେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ହସ୍ପିଟାଲରେ ଥିବାରୁ ସେ ଚାହିଁଲେ ଭିଡିଓ କନଫରେନ୍ସିଂରେ ଯୋଗ ଦେଇପାରିବେ । 

Related Posts