ଝାରସୁଗୁଡାରେ ନବ ଦାସଙ୍କ ପାର୍ଥିବ ଶରୀର; ଶେଷ ଦର୍ଶନ ପାଇଁ ହଜାର ହଜାର ସମର୍ଥକଙ୍କ ଭିଡ

ଭୁବନେଶ୍ୱର,୩୦/୧(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡାରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ୱରରୁ ସ୍ଵତନ୍ତ୍ର ବିମାନ ଯୋଗେ ନବଙ୍କ ପାର୍ଥିବ ଶରୀର ଝାରସୁଗୁଡାରେ ପହଞ୍ଚିଛି । ଶେଷ ଦର୍ଶନ ପାଇଁ ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥକଙ୍କ ଭିଡ ଲାଗି ରହିଛି ।

ମନ୍ତ୍ରୀ ନବ କିଶୋର ଦାସଙ୍କ ପାର୍ଥିବ ଶରୀର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିବା ପରେ ସରବାହାଲ ସ୍ଥିତ ତାଙ୍କ ବାସ ଭବନକୁ ଅଣାଯାଇଛି। ଏଠାରେ ତାଙ୍କର ଶୁଭେଚ୍ଛୁ ସମର୍ଥକ ମାନେ ଶେଷ ଦର୍ଶନ କରିବେ। ଏହାପରେ ପାର୍ଥିବ ଶରୀରକୁ ଶୋଭାଯାତ୍ରା କରାଯାଇ ବେହେରାମାଲ ଛକ ଦେଇ ସହର ପରିକ୍ରମା କରାଯାଇ ଖେରୁଆଲରେ ଶେଷକୃତ୍ୟ ସମ୍ପାଦନ କରାଯିବ ।

ସ୍ବର୍ଗତ ନବକିଶୋର ଦାସଙ୍କ ଶେଷକୃତ୍ୟରେ ବହୁ ନେତା, ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଯୋଗଦେବେ ବୋଲି ସୂଚନା ମିଳିଛି । ନବକିଶୋର ଦାସଙ୍କ ଦେହାନ୍ତକୁ ନେଇ ଆଜି ଝାରସୁଗୁଡ଼ା ସହରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଝାରସୁଗୁଡ଼ା ଡ୍ରାଇଭର ମହାସଂଘ, ଝାରସୁଗୁଡ଼ା ବ୍ୟବସାୟିକ ସଂଗଠନ, ଝାରସୁଗୁଡ଼ା ବସ ମାଲିକ ସଂଘ ସମସ୍ତେ ନିଜ ପକ୍ଷରୁ ବନ୍ଦ କରିଥିବା କହିଛନ୍ତି ।

Related Posts