“ମୁଁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଚର୍ଚ୍ଚା କେବଳ ଏକ କଳ୍ପନାଜଳ୍ପନା”: ଶଶି ଥରୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ସାଂସଦ ଶଶି ଥରୁର? ଗାନ୍ଧୀ ପରିବାରରୁ କେହି ନିର୍ବାଚନ ଲଢ଼଼ିବେ ନାହିଁ ବୋଲି ଏକ ପ୍ରକାର ନିଶ୍ଚତ ହେବା ପରେ ଦଳର ମଙ୍ଗ ଧରିବାକୁ ମନ ବଳାଉଛନ୍ତି ଶଶି ଥରୁର। କିଛି ଏଭଳି ଚର୍ଚ୍ଚା ଜାତୀୟ ଗଣମାଧ୍ୟମ ଗୁଡିକରେ ଜୋର୍ ଧରିଛି। ତେବେ ଏଭଳି ଚର୍ଚ୍ଚା ପରେ ଏହା ଉପରେ ନିଜେ ଶଶି ଥରୁର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ କହିଛନ୍ତି, ବର୍ତ୍ତମାନ ଏହି ଚର୍ଚ୍ଚା କେବଳ ଏକ କଳ୍ପନାଜଳ୍ପନା। ନେହେରୁ-ଗାନ୍ଧୀ ପରିବାର କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନରୁ ଓହରି ଯାଇଛନ୍ତି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ଏହି ପ୍ରତିଯୋଗିତାରେ ପ୍ରବେଶ କରିବେ କି ନାହିଁ ସେ ସ୍ଥିର କରିବେ ।

ନିଜ ପାଇଁ ସମସ୍ତ ବିକଳ୍ପ ଖୋଲା ରଖି ସେ କହିଛନ୍ତି ଯେ, ଏହି ନିର୍ବାଚନ ଦଳ ପାଇଁ ଭଲ । ଥରୁର ଗଣମାଧ୍ୟମକୁ କହିଛନ୍ତି, ‘ମୁଁ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ଚର୍ଚ୍ଚା କେବଳ ଏକ କଳ୍ପନାଜଳ୍ପନା। ମୁଁ ବର୍ତ୍ତମାନ ଯାଏ ଏନେଇ ଘୋଷଣା କରି ନାହିଁ। ମୁଁ କେବଳ କହିଛି ଯେ ନିର୍ବାଚନ ଅନୁଷ୍ଠିତ ହେବା ଉଚିତ ଏବଂ ଏହା ଦଳ ପାଇଁ ଭଲ।’

ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯଦି ନେହେରୁ-ଗାନ୍ଧୀ ପରିବାର ବାହାରୁ ଅନ୍ୟ କୌଣସି ବ୍ୟକ୍ତି କଂଗ୍ରେସର ଅଧ୍ୟକ୍ଷ ହୁଅନ୍ତି ତେବେ ଦଳ ପାଇଁ କେତେ ଭଲ ହେବ? ଏହାର ଜବାବରେ ଥରୁର କହିଥିଲେ ଯେ କୌଣସି ବି ବ୍ୟକ୍ତି ଏହି ଶୀର୍ଷ ପଦରେ ବସିଲେ ସମର୍ଥନ କରିବି, ଏବଂ ଏହା ଦଳ ପାଇଁ ନିଶ୍ଚିତ ଭାବେ ଭଲ ହେବ ବୋଲି ସେ କହିଛନ୍ତି।

Related Posts