ପୁଲିସ ଇନଫର୍ମର ଦର୍ଶାଇ ସରପଞ୍ଚକୁ ହତ୍ୟା କଲେ ନକ୍ସଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଲିସ ଇନଫର୍ମର ଦର୍ଶାଇ ସରପଞ୍ଚକୁ ହତ୍ୟା କଲେ ନକ୍ସଲ ।ସରପଞ୍ଚ ଯେତେଯାହା କାକୁତିମିନତି କଲେ ମଧ୍ୟ ନକ୍ସଲମାନେ ତାଙ୍କୁ ଛାଡ଼ି ନାହାନ୍ତି। ହତ୍ୟା କରିବା ପରେ ନକ୍ସଲମାନେ ଜଙ୍ଗଲ ଭିତରକୁ ପଳାୟନ କରିଛନ୍ତି। ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ ନକ୍ସଲମାନେ ପୁଲିସ ଇନଫର୍ମର ଦର୍ଶାଇ ମୋରମେଡ ପଞ୍ଚାୟତର ସରପଞ୍ଚ ରତିରାମ କୁଡିୟାମକୁ ମଙ୍ଗଳବାର ଅପହରଣ କରିଥିଲେ। ଜଂଗଲରେ ପ୍ରଜାକୋର୍ଟ କରାଯାଇ ତାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।

ପୁଲିସ ସହ ମିଶି ନକ୍ସଲଙ୍କ ଗତିବିଧି ସଂପର୍କରେ ସେ ଲଗାତାର ସୂଚନା ଦେଉଥିବା ନେଇ ନକ୍ସଲ ପ୍ରଜାକୋର୍ଟରେ ଅଭିଯୋଗ କରି ପ୍ରଥମେ ମାଡ ମାରିଥିଲେ। ସରପଞ୍ଚ ଯେତେ ନେହୁରା ହୋଇ ନକ୍ସଲଙ୍କୁ ଅନୁରୋଧ କରୁଥିଲେ ମଧ୍ୟ ଛାଡିନଥିଲେ। ଶେଷରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିଲେ। ଅଭିଯୋଗ ମିଳିବା ପରେ ପୁଲିସ ଏନେଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Related Posts