କରୋନା ପାଇଁ ସ୍ଥଗିତ ରହିଲା NEET-PG ପରୀକ୍ଷା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଅତି କମରେ ୪ ମାସ ପାଇଁ ସ୍ଥଗିତ ରହିବ NEET-PG ପରୀକ୍ଷା । ପରୀକ୍ଷା ସ୍ଥଗିତ ରଖିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏମବିବିଏସ୍ ଶେଷ ବର୍ଷର ଛାତ୍ରଛାତ୍ରୀ ମାନେ କୋଭିଡ ଡ୍ୟୁଟିରେ ନିୟୋଜିତ ହେବେ। ସେମାନେ ଅଳ୍ପ କୋଭିଡ୍‌-୧୯ ଲକ୍ଷଣ ଥିବା ରୋଗୀଙ୍କୁ ମନିଟର୍ କରିବେ। ସେହିପରି BSc/GNM ପାସ୍‌ କରିଥିବା ପିଲାଙ୍କୁ କୋଭିଡ ନର୍ସିଂରେ ନିୟୋଜିତ କରାଯିବ । ପିଏମ୍ଓ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଯେଉଁମାନେ କୋଭିଡ ଡ୍ୟୁଟିରେ ୧୦୦ ଦିନ ପୂରଣ କରିବେ ସେମାନଙ୍କୁ ନିୟମିତ ସରକାରୀ ନିଯୁକ୍ତିରେ ପ୍ରାଥମିକତା ଦିଆଯିବ । ଏତଦ୍ ବ୍ୟତୀତ କୋଭିଡ -୧୯ ଡ୍ୟୁଟିର ୧୦୦ ଦିନ ପୂରଣ କରିଥିବା ମେଡିକାଲ କର୍ମଚାରୀମାନଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ସମ୍ମାନଜନକ କୋଭିଡ ଜାତୀୟ ସେବା ପୁରସ୍କାର ଦିଆଯିବ । ଏଥି ସହିତ ବିଏସ୍ସି କିମ୍ବା ଜିଏନ୍ଏମ୍ ପାସ୍ କରୁଥିବା ନର୍ସମାନେ ବରିଷ୍ଠ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ କୋଭିଡ୍ -୧୯ ସହ ଜଡିତ ନର୍ସିଂ ଡ୍ୟୁଟିରେ ପୂର୍ଣ୍ଣକାଳୀନ ପୋଷ୍ଟରେ କାମ କରିବେ ।

Related Posts