ଵିଜେପି ଆମକୁ ଅନେକ ଯନ୍ତ୍ରଣା ଦେଇଛି କିନ୍ତୁ ଆମକୁ ଶାନ୍ତି ଵଜାୟ ରଖିଵାକୁ ହେବ : ମମତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସର ହାଟ୍ରିକ ବିଜୟର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ , ଯଦିଓ ଭାରତୀୟ ଜନତା ପାର୍ଟି ଏବଂ କେନ୍ଦ୍ରୀୟ ବାହିନୀ ଆମକୁ ଅନେକ ଯନ୍ତ୍ରଣା ଦେଇଛନ୍ତି, କିନ୍ତୁ କରୋନା ମହାମାରୀ ଭଳି ପରିସ୍ଥିତିରେ ଆମକୁ ଶାନ୍ତି ବଜାୟ ରଖିବାକୁ ପଡିବ । ସାମ୍ବାଦିକ ସମ୍ମିଳନୀରେ ସିଏମ ବାନାର୍ଜୀ କହିଛନ୍ତି, “ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ ଶାନ୍ତି ବଜାୟ ରଖିବା ଏବଂ କୌଣସି ହିଂସା କରିବା ନାହିଁ। ଆମେ ଜାଣୁ ବିଜେପି ଏବଂ କେନ୍ଦ୍ରୀୟ ବାହିନୀ ଆମକୁ ବହୁତ ନିର୍ଯାତନା ଦେଇଛନ୍ତି କିନ୍ତୁ ଆମକୁ ଶାନ୍ତି ବଜାୟ ରଖିବାକୁ ପଡିବ। ବର୍ତ୍ତମାନ ଆମକୁ କୋଭିଡ ସହିତ ଲଢିବାକୁ ପଡିବ । ” ସମଗ୍ର ଦେଶରେ ମାଗଣା ଟୀକାକରଣ ପାଇଁ 30,000 କୋଟି ଟଙ୍କା ମଞ୍ଜୁର କରିବାକୁ ବଙ୍ଗଳା ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁରୋଧ କରିଛନ୍ତି। ନନ୍ଦିଗ୍ରାମ ଫଳାଫଳରେ ହଠାତ୍ ପରିବର୍ତ୍ତନ ସମ୍ପର୍କରେ ତାଙ୍କ ଦଳ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ମମତା ବାନାର୍ଜୀ କହିଛନ୍ତି। ରବିବାର ସନ୍ଧ୍ୟାରେ ତୃଣମୂଳ କଂଗ୍ରେସ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରେ ପୁନଃ ଗଣନା କରିବାକୁ ଦାବି କରିଛନ୍ତି। ଟିଏମସି ସୁପ୍ରିମୋ ବାନାର୍ଜୀ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ସୋମବାର ଦିନ ସନ୍ଧ୍ୟା 7 ଟାରେ ଭେଟି ସରକାର ଗଠନ ପାଇଁ ଦାବି କରିବେ। ଶାସକ ଟିଏମସି 292 ଟି ଆସନ ମଧ୍ୟରୁ 212 ଟି ଜିତିଥିବା ବେଳେ ଭାରତୀୟ ଜନତା ପାର୍ଟି 77 ଟି ଆସନରେ ବିଜୟ ଲାଭ କରିଛି।

Related Posts