
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୦୦ ଟପିଲା ମାଡ୍ରାସ ଆଇଆଇଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଇଆଇଟି ମାଡ୍ରାସରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ରେ ପହଞ୍ଚିଛି। ଆଇଆଇଟିରେ କରୋନା ମାମଲା ବଢୁଥିବାରୁ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ସଚିବ ଡ.ଜେ ରାଧାକୃଷ୍ଣନ୍ ଆଇଆଇଟି ମାଡ୍ରାସ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ।
ସ୍ୱାସ୍ଥ୍ୟ ସଚିବ ଆଇଆଇଟି ମାଡ୍ରାସ କର୍ତ୍ତୃପକ୍ଷଙ୍କୁ ସାମାଜିକ ଦୂରତା ଉପରେ ଦୃଷ୍ଟି ଦେବାକୁ କହିଥିଲେ । ସୂଚନା ଥାଉ କି କୋଭିଡ -୧୯ ସଂକ୍ରମଣର ଚତୁର୍ଥ ଲହରୀକୁ ନେଇ ତାମିଲନାଡୁ ସରକାରଙ୍କ ଚିନ୍ତା ବଢିଛି । ନିକଟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏକ ଭର୍ଚୁଆଲ୍ ବୈଠକ କରିଥିଲେ। କୋଭିଡ ନିୟମର ଅନୁପାଳନ ନିଶ୍ଚିତ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।