ଟ୍ରେସିଂ ହେଉଥିବାରୁ ବଢୁଛି ସଂକ୍ରମିତଙ୍କ ସଂଖ୍ୟା ,ଆଗାମୀ ୩ ମାସ ଗୁରୁତ୍ବପୂର୍ଣ୍ଣ : ଡିଏମଇଟି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଆପାତତଃ ହ୍ରାସ ପାଇଥିବା ବେଳେ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖାଯାଉଛି। ସେପ୍ଟେମ୍ବର ୧୫ରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟରେ ୫୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ସେପ୍ଟେମ୍ବର ୧୬ର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ରାଜ୍ୟରେ ୬୨୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ଏ ସବୁ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି। ସେ କହିଛନ୍ତି, ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। 

ଏହି ସମୟରେ ଭିଡ଼ ଆରମ୍ଭ ହୋଇଥାଏ । ତେଣୁ ଆଗାମୀ ତିନି ମାସ ହେଉଛି ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ । ଏହି ସମୟକୁ ଲକ୍ଷ୍ୟ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସତର୍କ ସୂଚନା ଜାରି କରିଥିବା ସେ କହିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଲୋକ ମାନଙ୍କୁ ସଚେତନ କରାଯାଉଛି। କୋଭିଡ଼ ଆପ୍ରୋପ୍ରିଏଟ୍ ବି ହେଭିୟର କେମିତି ପାଳନ ହେବ ତାହା ଗୁରୁତ୍ବପୂର୍ଣ୍ଣ ବୋଲି ଡିଏମଇଟି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଭ୍ୟାକ୍ସିନେସନ ପ୍ରୋଗ୍ରାମ ଆଗେଇ ଚାଲିଛି। 

ଯେତିକି ଭ୍ୟାକ୍ସିନ ମିଳୁଛି କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ପ୍ରୟାସ ହେଉଛି। ତେବେ ସେ ଏଥିପାଇଁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ବର ହେଉଛି ହେଲଥ ହବ୍। ରାଜ୍ୟର ସମସ୍ତ ସ୍ଥାନରୁ ଏବଂ ରାଜ୍ୟ ବାହାରୁ ଲୋକ ଏଠାକୁ ଆସୁଛନ୍ତି। 

ହସ୍ପିଟାଲ ଯିବା ପୂର୍ବରୁ ସମସ୍ତଙ୍କ ସ୍କ୍ରିନିଂ ହେଉଛି। ଭୁବନେଶ୍ବର ରାସ୍ତା ଘାଟ ବଜାର ଭିଡ ହେଉଛି। ତେଣୁ ଟ୍ରେସିଂ ହେଉଛି , ଏହା ଫଳରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ଅଧିକ ସଂକ୍ରମଣ ବାହାରୁଛନ୍ତି । ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ, ସ୍କ୍ରାପ୍ ଡ଼୍ରାଇପସ୍ ନୂଆ ନୁହେଁ, ଏହା ପୂର୍ବରୁ ମଧ୍ୟ ଥିଲା ଏବଂ ତାର ଚିକିତ୍ସା ବ୍ୟବସ୍ଥା ରହିଛି।

Related Posts