ଏଣିକି ଓଡ଼ିଆରେ ହେବ ଓସିଏସ୍ ପରୀକ୍ଷା, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରିହେଲା ମାର୍ଗଦର୍ଶିକା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓସିଏସ୍ ପରୀକ୍ଷା । ଓଡ଼ିଆରେ ପ୍ରିଲିମ୍, ମେନ୍ ଓ ଇଣ୍ଟରଭ୍ୟୁ ପରୀକ୍ଷା ହେବ। ୟୁପିଏସସି ପରି ଓପିଏସସି ମଧ୍ୟ ସମାନ ଢଙ୍ଗରେ କରିବ ଚୟନ ପରୀକ୍ଷା । ପ୍ରଶ୍ନପତ୍ର ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ । ପରୀକ୍ଷାର୍ଥୀ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ। ୟୁପିଏସସି ଢାଞ୍ଚାରେ ହିଁ ସମସ୍ତ ପରୀକ୍ଷା ଆୟୋଜନ ହେବ।ଏନେଇ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସସିକୁ ମଧ୍ୟ ମାର୍ଗଦର୍ଶିକା ଜାରି କରାଯାଇଛି । ମାର୍ଗଦର୍ଶିକା ଅନୁସାରେ, ମେନ୍ ପରୀକ୍ଷା ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ହେବ । ଇଂରାଜୀରେ ରଚନା ୨ ଶହ ମାର୍କର ହେବାକୁ ଥିବା ବେଳେ ୪ଟି ପେପରରେ ସାଧାରଣ ଜ୍ଞାନ ବିଭାଗର ପରୀକ୍ଷା ହେବ । ୩ଶହ ଲେଖାଏ ୪ଟି ସାଧାରଣ ଜ୍ଞାନ ବିଷୟକୁ ମୋଟ ୬ଶହ ମାର୍କର ପରୀକ୍ଷା ହେବ । ମେନ୍ ପରୀକ୍ଷା ସମୁଦାୟ ୨ହଜାର ମାର୍କ ସହ ସାକ୍ଷାତକାର ୨୫୦ ମାର୍କ ସମ୍ବଳିତ ହେବ । ସେହିପରି ମେନ୍‌ର ବିଭିନ୍ନ ବିଷୟର ପ୍ରଶ୍ନ ପାଇଁ ଓଡ଼ିଆରେ ଉତ୍ତର ଲେଖା ଯାଇପାରିବ, ଯାହାକି ପୂର୍ବରୁ ଓଡ଼ିଆ ଭାଷାକୁ ବାଦ୍ ଦେଲେ ଅନ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ନଥିଲା । ପୂର୍ବରୁ ଓଏଏସ୍ ପରୀକ୍ଷାକୁ ଓଡ଼ିଆରେ ଆୟୋଜନ ପାଇଁ ଦାବି ହୋଇଆସୁଥିଲା।

Related Posts