ଟେରର ଫଣ୍ଡିଂ ମାମଲା; ୧୦ ରାଜ୍ୟରେ ଏନଆଇଏ ଚଢାଉ, ୧୦୦ରୁ ଅଧିକ ପିଏଫଆଇ ସଦସ୍ୟ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟେରର ଫଣ୍ଡିଂ ମାମଲାରେ ସାରା ଦେଶରେ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନଆଇଏ) ଏବଂ ଇଡିର ଚଢ଼ାଉ ଜାରି ରହିଛି । ଏନଆଇଏର ଟିମ ସାରା ଦେଶରେ ଚଢାଉ ଆରମ୍ଭ କରିଛନ୍ତି । କୁହାଯାଉଛି କି କେରଳରେ ପ୍ରାୟ ୫୦ଟି ସ୍ଥାନରେ ଏନଆଇଏ ଟିମ ଚଢାଉ କରୁଛି । ଏହା ବ୍ୟତୀତ ଦେଶର ଆଉ କିଛି ରାଜ୍ୟରେ ବି ରେଡ କରାଯାଉଛି । ଏହା ପିଏଫଆଇ ସହ ଜଡିତ ଟେରର ଫଣ୍ଡିଂ ମାମଲାକୁ ନେଇ ଆରମ୍ଭ କରାଯାଇଛି । ମଂଜେରି, ବଲ୍ଲପୁରମ ଭଳି ଅଞ୍ଚଳରେ ରେଡ ଜାରି ରହିଛି । କେରଳରେ ଏହି ଚଢାଉ ବଡ ଧରଣର ହେଉଛି । କୁହାଯାଉଛି କି ଏନଆଇଏ ଏବେ ପର୍ଯ୍ୟନ୍ତ ୧୦୦ରୁ ଅଧିକ ପିଏଫଆଇ ଅଧିକାରୀ ସଦସ୍ୟଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବିହାର ଓ ତେଲେଙ୍ଗାନାରେ ଏନଆଇଏ ଚଢାଉ କରିଥିଲା । ଏବେ କୁହାଯାଉଛି କି ଆଗକୁ ଏହା ଆହୁରି ଅଧିକ ଅଞ୍ଚଳକୁ ବଢିପାରେ । କେରଳରେ ଲିଡ ନେବା ପରେ ପିଏଫଆଇର ଅନ୍ୟ କାର୍ଯ୍ୟାଳୟରେ ଏନଆଇଏ ରେଡ କରିପାରେ । ଏବେ ଏହି ରେଡ ୧୦ଟି ରାଜ୍ୟରେ ଚାଲିଛି । ପିଏଫଆଇର ଲୋକଙ୍କୁ କେରଳ, କର୍ନାଟକ, ରାଜସ୍ଥାନ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦଶ ଓ ମହାରାଷ୍ଟରୁ ଗିରଫ କରାଯାଇଛି ।

Related Posts