ଓଡ଼ିଶା ବିଜେପିରେ ଏବେ ବାଇ ଚଢ଼େଇ ଗପ.. ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କ ବିଜୟର ଶ୍ରେୟ ଓଡ଼ିଆ ପୁଅର କୁଆଡେ……..

(ଦୀପକ ରଣାରହୁ): ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନ ସରିଯାଇଛି ମମତା ବାନାର୍ଜୀଙ୍କ TMC ଦଳ ବହୁମତ ସାବ୍ୟସ୍ତ କରି ପୁଣି ଥରେ ଶାସନ କ୍ଷମତାରେ ବସିବାକୁ ଯାଉଛି ।କିନ୍ତୁ ସେଠି ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀର ଲଢ଼େଇ ଅତ୍ୟନ୍ତ ରୋଚକ ଥିଲା କାରଣ ସେଠି ମମତାଙ୍କ ସହିତ BJPର ଶୁଭେନ୍ଦୁ ଅଧିକାରୀ ଥିଲେ ପାର୍ଥି ।ଆଉ ଏ ଶୁଭେନ୍ଦୁ ଅଧିକାରୀ କିଏ???ପ୍ରଥମେ ଜାଣିବା ଆବଶ୍ୟକ ଆମର ।

ଶୁଭେନ୍ଦୁ ଅଧିକାରୀ କିଏ ?
ଶୁଭେନ୍ଦୁ ଅଧିକାରୀ ହେଉଛନ୍ତି ମମତାଙ୍କ ଦଳର ଜଣେ ପାୱାରଫୁଲ ନେତା ବା ଦ୍ୱିତୀୟ କ୍ଷମତା କେନ୍ଦ୍ର କହିଲେ କିଛି ଅତ୍ୟୁକ୍ତ ହେବ ନାହିଁ ।ତାଙ୍କ ଜନ୍ମ ଏକ ରାଜନୈତିକ ପରିବାରରୁ ରାଜନୀତି ତାଙ୍କ ରକ୍ତରେ ଥିଲା। ଥିଲେ ତାଙ୍କ ପିତା ପାର୍ଲିଆମେଣ୍ଟର ସଦସ୍ୟ ସହିତ ଜାତୀୟ କଂଗ୍ରେସର ମନମୋହନ ସିଂଙ୍କ ସମୟରେ Union minister ସହିତ state rural development minister ମଧ୍ୟ ଥିଲେ କହିବାକୁ ଗଲେ ତାଙ୍କ ପରିବାରର ରାଜନୈତିକ ଲୋକପ୍ରିୟତା ବହୁତ ଥିଲା ଆଉ ତାଙ୍କ ପୁତ୍ର ଶୁଭେନ୍ଦୁ ଅଧିକାରୀ ଯିଏ 1995 ମସିହାରୁ ରାଜନୈତିକ କ୍ୟାରିୟର ଗଢ଼ିଥିଲେ କଂଗ୍ରେସ ଦଳରୁ କାଉନସିଲ ନିର୍ବାଚନ ଜିତି ଏହା ପରେ ସେ ବିଧାନସଭା ଏଥରକୁ ମିଶାଇଲେ ୩ଥର ଓ ଲୋକସଭା ୨ଥର ଜିତିଛନ୍ତି ଓ ମମତାଙ୍କ ଦଳରେ ଏରିଗେସନ ସହିତ ପରିବହନ ଭଳି ଦାୟିତ୍ୱବାନ ବିଭାଗରେ ସେ ମନ୍ତ୍ରୀ ରହି ଆସିଛନ୍ତି ।କହିବାକୁ ଗଲେ ରାଜନୈତିକ ମୈଇଦାନରେ ଜଣେ ପୋଖତ ଖେଳାଳି ଥିଲେ ଏହି ନନ୍ଦିଗ୍ରାମରୁ ସେ ୨୦୧୬ମସିହାରେ ନିର୍ବାଚନ ଲଢ଼ି ବହୁ ଭୋଟରେ ବିଜୟ ହୋଇଥିଲେ କିନ୍ତୁ ସେତେବେଳେ ସେ ମମତାଙ୍କ ଦଳରେ ଥିଲେ ଆଉ ୨୦୧୯ରେ ସେ BJP ରେ ଯୋଗ ଦେଇଥିଲେ ଓ ନନ୍ଦିଗ୍ରାମରୁ ପାର୍ଥି ହୋଇଥିଲେ ।
ଏସବୁ ଵର୍ଣନା କରିବାର ମୁଖ୍ୟ କାରଣ ହେଉଛି ଆମ ରାଜ୍ୟର ସାମାଜିକ ଗଣମାଧ୍ୟମରେ BJP ର IT cell ସହିତ ଜଣେ କେନ୍ଦ୍ରୀୟ ନେତାଙ୍କ ଏକାନ୍ତ ଅନୁଗତ ମାନେ ପ୍ରଚାର କରୁଛନ୍ତି ଆମ ଓଡ଼ିଆ ପୁଅ ଧର୍ମେନ୍ଦ୍ରଙ୍କ ପାଇଁ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ବିଜୟ ହେଲେ ।ସେମାନଙ୍କୁ ଅନୁରୋଧ ମୋର ଏହି ଲେଖାକୁ ପଢ଼ିବେ ଓ କହିବେ ଏଠି ରାଜନୈତିକ ଖେଳରେ କିଏ କାହାର ବୋପା ? ଧର୍ମେନ୍ଦ୍ର ଶୁଭେନ୍ଦୁଙ୍କର ବୋପା?? ନାଁ ଶୁଭେନ୍ଦୁ ଧର୍ମେନ୍ଦ୍ରଙ୍କ ବୋପା?? ସେମାନଙ୍କୁ ଅନୁରୋଧ ତେଲମାରି ଆପଣମାନେ ନିଜର କିଛି ସ୍ୱାର୍ଥ ହାସଲ କରିପାରିବେ କିନ୍ତୁ ରାଜ୍ୟରେ ତୁମ ପୁଅ ସମ୍ପୂର୍ଣ୍ଣ ଅ, ଆ ଫେଲ ।ଶୁଭେନ୍ଦୁଙ୍କ ଭଳି ନେତାଙ୍କ ଠୁ ଧର୍ମେନ୍ଦ୍ର ରାଜନୀତି ଶିଖିବା କଥା କିନ୍ତୁ ଏଠି ଓଡ଼ିଆ ପୁଅଙ୍କ ଅନୁଗତ କହୁଛନ୍ତି ଆମ ପାଇଁ ଜିତିଲେ ହଇଓ ଭାଇ ଭଉଣୀ ଆଉ ମୁଁହ ଅଛି ତୁମର ଓଡ଼ିଶାରେ କାଢ଼ ପାଉନି ପୁଅର କିନ୍ତୁ ପୁଅ ବାହାରେ ହିରୋ ଲାଜ ସରମ ଟିକେ କର ରାଜ୍ୟରେ ଯାହା ସ୍ଥିତି ତାକୁ ସମ୍ଭାଳ ରାଜ୍ୟରେ bjp କର୍ମୀ ଆଜି ଅତ୍ୟାଚାର ଅସହାୟ ହୋଇଯାଇଛି କେନ୍ଦ୍ର ସ୍ୱାର୍ଥ ଆଗରେ ।ଆଉ ଅଧିକ କିଛି କହିବାକୁ ଚାଂହୁଁନି ମୋ ନଜରରେ ମମତା ଗୋଟିଏ ବାଘୁଣୀ ବେଙ୍ଗଲରେ ରାଜନୈତିକ ଦୃଷ୍ଟିରେ ଦେଖିବାକୁ ଗଲେ ମମତା ହିଁ ଏକ ମାତ୍ର ନାରୀ ନେତ୍ରୀ ଯିଏ ମୋଦିଙ୍କ ସହିତ ସାମ୍ନା ଯୁଧ୍ୟ କରନ୍ତି ଇଟାର ଜବାବ ଇଟାରେ ଦେଇଶିଖିଛନ୍ତି ମମତା । ମମତାଙ୍କ ସରକାରକୁ କେନ୍ଦ୍ର bjp ହଟେଇବାକୁ ଯେତେ ସମ୍ଭବ ଚେଷ୍ଟା କରିଛି ଆଉ ଆଜି ପର୍ଯ୍ୟନ୍ତ ଯେତେ ନିର୍ବାଚନ ହୋଇଛି ଦେଶରେ ପଶ୍ଚିମବଙ୍ଗ ନିର୍ବାଚନରେ ଯେପରି bjp ତାର ସମସ୍ତ ପାୱାର ଲାଗେଇଥିଲା ହୁଏତ ଦିଦିଙ୍କ ଜାଗାରେ ଆଉ କେହିଥିଲେ ଛତ୍ରଭଂଗ ଦେଇଦେଇଥାନ୍ତା ମମତା ଅଲଗା ନିର୍ବାଚନମଣ୍ଡଳୀରୁ ଲଢ଼ି ଅନେକ ହଜାର ଭୋଟରେ ଜିତିପାରିଥାନ୍ତେ କେବଳ ଜିଦି ପାଇଁ ସେ ନନ୍ଦିଗ୍ରାମରେ ଛିଡା ହୋଇଥିଲେ ସେଠି ଶୁଭେନ୍ଦୁ ଜିତିବାର କାରଣ କଣ ଉପରେ ମୁଁ ସବୁ ବର୍ଣ୍ଣନା କରିଛି। ଶୁଭେନ୍ଦୁ ବି ଥିଲେ ତୃଣମୁଳ କଂଗ୍ରେସର ଟାଣୁଆ ନେତା ତାଙ୍କର ସେଇଟା ପୁରୁଣା ନିର୍ବାଚନ ମଣ୍ଡଳିଥିଲା ତାଙ୍କ ବ୍ୟକ୍ତିଗତ ଭୋଟ ତୃଣମୂଳର ଅନେକ କର୍ମୀ ସିଭେନ୍ଦୁଙ୍କ ସହିତ ଥିଲେ ସେଥିପାଇଁ ସେ ଜିତିଲେ ମୁଁ ତ କହିବି ସେଠି ମମତା ହାରିନାହାନ୍ତି ଜିତିଛନ୍ତି ।।ସେ ଯାହା ବି ହେଉ ମମତାଙ୍କ ଭଳି ଜଣେ ସାହାସି ନାରୀ ନେତ୍ରୀ ଏ ଦେଶରେ ବିରଳ ।
( ଏ ଲେଖାଟି ଲେଖକଙ୍କ ନିଜସ୍ଵ ମତ)

Related Posts