ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହତ୍ୟା ମାମଲା ରେ ନ୍ୟାୟ ମାଗିଲା ବିଶ୍ୱବିଦ୍ୟାଳୟ ମହାସଂଘ, କୁଳପତି, ୱାର୍ଡେନ୍ ଓ ପିଇଓଙ୍କୁ ଅନ୍ତରୀଣ ସୁରକ୍ଷା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅସ୍ଥାଇ କର୍ମଚାରି ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହୁତିକୁ ନେଇ ଆନ୍ଦୋଳନ ତେଜିବାରେ ଲାଗୁଛି । ଦୀନବନ୍ଧୁ ମିଶ୍ର କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମଦାହ କରିଥିଲେ । ଦୀନବନ୍ଧୁଙ୍କ ପୁଅ ଅଭିଷେଙ୍କ ଏ ନେଇ ଏତଲା ଦେଇଥିଲେ, ବୁର୍ଲା ଥାନା  ଆଇପିସି ଦଫା ୩୦୬, ୩୪ରେ  ମାମଲା ରୁଜୁ କରି  ତଦନ୍ତ ଆରମ୍ଭ କରିଥିଲେ ।  ଏହା ପରେ ଗିରଫକୁ ଏଡାଇବା ପାଇଁ କୁଳପତି, ୱାର୍ଡେନ୍ ଓ ପିଇଓ ହାଇକୋର୍ଟର୍ରେ ଆଗୁଆ ଜାମିନ ଆବେଦନ କରିଥିଲେ । ବୁର୍ଲା ଥାନାରେ ରୁଜୁ ହୋଇଥିବା  ମାମଲାରେ  କୁଳପତି ପ୍ରଫେସର ଡକ୍ଟର ସଂଜୀବ ମିତ୍ତଲ, ୱାର୍ଡେନ୍ ପ୍ରଫେସର ବିଶ୍ୱଜିତ ଶତପଥୀ, ପିଇଓ ଅଭିଷେକ କରଙ୍କୁ ହାଇକୋର୍ଟ ତନି ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଆଗୁଆ ଜାମିନ ପାଇଁ ଦୌରା ଅଦାଲତରେ  ଆବେଦନ ଦାୟର  କରିବା ପାଇଁ  ଆବେଦନ କାରିଙ୍କୁ  ଏପରି ଅନ୍ତରୀଣ  ସୁରକ୍ଷା ପ୍ରଦାନ କରାଯାଇଛି । ତିନି ସପ୍ତାହ ଅନ୍ତରୀଣ ସୁରକ୍ଷା  ଅବଧି ଶେଷ ହେବା ପୁର୍ବରୁ ଯଥା ଶୀଘ୍ର ଏହି ମାମଲାର ଶୁଣାଣି କରବେ ବୋଲି  ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଜଷ୍ଠିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ  ନେଇ ଗଠିତ ଖଣ୍ଡପୀଠ କୁଳପତି ଡକ୍ଟର ସଂଜୀବ ମିତ୍ତଲ, ୱାର୍ଡେନ୍ ପ୍ରଫେସର ବିଶ୍ୱଜିତ ଶତପଥୀ, ପିଇଓ ଅଭିଷେକ କରଙ୍କ ପୃଥକ  ଅଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ମିଟୁ ଦାଶ ବନାମ ଓଡିଶା ସରକାର  ମାମଲାରେ ଏପ୍ରିଲ ୨୬  ରେ ପ୍ରଦାନ କରାଯାଇଥିବା ରାୟ ଅନୁସାରେ ଉପରୋକ୍ତ ନିର୍ଦ୍ଦେଶ ହାଇକୋର୍ଟ ଦେଇଛନ୍ତି ବୋଲି  ପ୍ରକାଶିତ ରାୟରେ ଉଲ୍ଳେଖ କରାଯାଇଛି ।  ସୁଚନା ଯୋଗ୍ୟ ମିଟୁ ଦାଶ ମାମଲାରେ  ହାଇକୋର୍ଟ ଶୁଣାଣି କରି  ପ୍ରଥମେ ଦୌରା ଅଦାଲତରେ  ଆଗୁଆ ଜାମିନ ପାଇଁ ଆବେଦନକାରୀ ଆଗୁଆ ଦ୍ୟାରସ୍ଥ ହେବେ ଓ ପରବର୍ତ୍ତୀ ସମୟରେ ଆବଶ୍ୟକ ସ୍ଥଳେ ଦୌରା ଅଦାଲତ ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିପାରିବେ ବୋଲି କହିଥିଲେ । ଏହି ସବୁ ଘଟଣାକୁ ନେଇ କୁଳପତିଙ୍କ ଇସ୍ତଫା ଜୋର ଧରିଥିବା ବେଳେ ଆଜି ନିଖିଳ ଓଡିଶା ବିଶ୍ୱବିଦ୍ୟାଳୟ କର୍ମଚାରି ମହାସଂଘ  ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ  ଦ୍ୱାରସ୍ଥ ହୋଇଛି ।  ଘଟଣାର ଉପଯୁକ୍ତ ତଦନ୍ତ କରି ସ୍ୱର୍ଗତ ମିଶ୍ରଙ୍କ ପରିବାରକୁ ନ୍ୟାୟ ଦେବାକୁ ମହାସଂଘ ଦାବି ଜଣାଇଛି । ମହାସଂଘ ସଭାପତି ସାରଦା ଚରଣ ମାହାନ୍ତି କୁଳପତିଙ୍କୁ ଲେଖିଥିବା ଉଲ୍ଳେଖ କରିଛନ୍ତି ଯେ ସ୍ୱର୍ଗତ ମିଶ୍ର ଆତ୍ମଆହୁତି ଦେଇନାହାନ୍ତି ।  ବରଂ ତାଙ୍କୁ ଏଭଳି କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ବାଧ୍ୟ କରିଛନ୍ତି । ଅସ୍ଥାଇ ଭାବେ କାମ କରୁଥିବା କର୍ମଚାରି ମାନଙ୍କୁ ସ୍ଥାଇ ନିଯୁକ୍ତି କ୍ଷେତ୍ରରେ ପଦକ୍ଷେପ ନେବାକୁ ସେ ଉଲ୍ଲେଖ କରିଛନ୍ତି ।

Related Posts