ଓଡ଼ିଶା ସରକାର ଅକ୍ସିଜେନ୍ ରିଫିଲିଙ୍ଗ ଓ ଟ୍ରାନ୍ସର୍ପୋଟେସନ୍ ପାଇଁ ଗଠନ କଲେ ଟାସ୍କଫୋର୍ସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏକ ବର୍ଷରୁ ଅଧିକ ସମୟ ଧରି ସମଗ୍ର ଦେଶ କରୋନା ସହ ଲଢୁଛି । କରୋନାର ଦ୍ୱିତୀୟ ଲହର ସରା ଦେଶରେ ଗୁରୁତର ଜନସ୍ଥ୍ୟ ସମସ୍ୟା ସୃଷ୍ଠିକରିବା ସହ ବିପୁଳ କ୍ଷତି ଘଟାଇ ଚାଲିଛି । କରୋନାକୁ ପ୍ରତିହତ କରିବା ପାଇଁ ସମସ୍ତଙ୍କ ସହଯୋଗରେ କରୋନା ବିରୋଧୀ ଲଢେଇକୁ ଅଧିକ ମଜଭୁତ କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ସର୍ବଦଳୀୟ ବୌଠକରେ ମୁଖ୍ୟମନ୍ତ୍ରୀ ଏହି ଆହ୍ୱାନ ଦେବା ସହ ଅନେକ ଗୁରୁତ୍ୱପୁର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟତଃ ଦେଶରେ କରୋନା ଚିକିତ୍ସା ପାଇଁ ଅମ୍ଳଜାନ ପ୍ରଚୁର ଆବଶ୍ୟକ ହୋଇଥିବା ବେଳେ,ଏଥିରେ ଓଡିଶା ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛି । ଅମ୍ଳଜାନ ରିଫିଲଙ୍ଗ ଓ ଟ୍ରାନ୍ସର୍ପୋଟେସନ୍ ପାଇଁ ମୁଖ୍ୟମନ୍ତ୍ରୀ ଏକ ଟାସ୍କଫୋର୍ସ ଗଠନ ନେଇ ଘୋଷଣା କରିଛନ୍ତି । ସିଲିଣ୍ଡର ରିଫିଲଙ୍ଗ ଓ ଅମ୍ଳଜାନ ପରିବହନ କାର୍ଯ ତଦାରଖ କରାଯାଉଛି ଏବଂ ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅମ୍ଳଜାନ ପ୍ରସ୍ତୁତ କାରଖାନା ପ୍ରତିଷ୍ଠା ସହ ସିଲିଣ୍ଡର ମଧ୍ୟ ଆମଦାନୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ପୁଣି କହିଛନ୍ତି ଜରୁରୀ ଔଷଧ ଓ ଅମ୍ଳଜାନ ଯୋଗାଣରେ ଯେପରି ଅସୁବିଧା ନହୁଏ , ସେଥିପ୍ରତି ଆମେ ସ୍ୱତନ୍ତ୍ର ଦୃଷ୍ଠି ରଖିଛୁ । ଅନ୍ୟ ରାଜ୍ୟକୁ ଅମ୍ଳଜାନ ଯୋଗାଣ ସହ ନିଜ ରାଜ୍ୟର ଚାହିଦା ପୂରଣ କରି ପାରିଛି। ଆଜି ଓଡିଶା ଅନ୍ୟ ରାଜ୍ୟକୁ ଅମ୍ଳଜାନ ଯୋଗାଇ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛି । ଏହା ରାଜ୍ୟ ପାଇଁ ଗୌରବରକଥା ବୋଲି କହିଛନ୍ତି । ଏହା ମଧ୍ୟ କହିଛନ୍ତି ଏହି ଲଢେଇରେ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କ ସବୁଠାରୁ ଗୁରୁଦାୟିତ୍ୱ ଥିବାରୁ ଏ କ୍ଷେତ୍ରରେ ମାନବ ସମ୍ବଳ ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ୬୮୭ ଡାକ୍ତର ଓ ୫୧୩୭ କର୍ମଚାରିଙ୍କୁ ଇତିମଧ୍ୟରେ ନିଯୁକ୍ତି ଦିଆଯାଛି । ଏହା ସହିତ ଡାକ୍ତର ଓ ସ୍ୱାସ୍ତ୍ୟ କର୍ମୀଙ୍କୁ ଚୁକ୍ତିଭିତିକ ନିଯୁକ୍ତି ଦେବା ପାଇଁ ପଦେକ୍ଷେପ ନିଆଯାଇଉଛି । କରୋନା ପରିଚାଳନାରେ ଗୋଷ୍ଠୀକୁ ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆରମ୍ଭରୁହିଁ ଗ୍ରମପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ଏଥିରେ ସାମିଲ ଅଛନ୍ତି । ଲୋକଙ୍କୁ ସେବା ଯୋଗାଇବା ପାଇଁ ଏଏନ୍ଏମ୍‌, ଆଶା, ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ଗୋଷ୍ଠୀ ଆଦି ସମସ୍ତଙ୍କୁ ସାଙ୍ଗରେ ନେଇ କରୋନା ପରିଚାଳନା କାମ ଜାରି ରହିଛି । ଆସନ୍ତା ୨୪ ତାରିଖରୁ ୩ ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନଏମ୍ ମାନେ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ଯାଞ୍ଚ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରତ୍ସାହନ ରାଶି ଦିଆଜିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ସଚେତନତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହିତ କରୋନା ପରିଚାଳନା କାର୍ଯ ବିଶେଷତଃ, ଗରିବ ଲୋକମାନଙ୍କୁ ମାସ୍କା ବାଣ୍ଟିବା ପାଇଁ ମିଶନ ଶକ୍ତି ଗ୍ରୁପଠାରୁ ଏହା କିଣିବାକୁ ବିଧାୟକ ପାଣ୍ଠିରୁ ସେମାନେ ୫୦ ଲକ୍ଷ ଟଙ୍କା ପ୍ରର୍ଯନ୍ତ ଖର୍ଚ୍ଚକରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related Posts