ନିର୍ବାଚନ କା ବଦଲା ନାରଦା ସେ – ସିଵିଆଇ କୋର୍ଟର ଜାମିନ ଉପରେ ହାଇକୋର୍ଟର ରହିତାଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲ ନିର୍ବାଚନ ଶେଷ ହେବା ପରେ ଏବେ ଆରମ୍ଭ ହୋଇଛି ବଦଲାର ରାଜନୀତି। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପୁଣି ସକ୍ରିୟ ହୋଇଛି ସିବିଆଇ। ଆଉ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ଗତ କାଲି ସକାଳୁ ଚାରି ଟିଏମସି ନେତା ସୁବ୍ରତ ମୁଖାର୍ଜୀ, ମନ୍ତ୍ରୀ ଫିରହାଦ୍ ହାକିମ, ପୂର୍ବତନ ମେୟର ଶୋଭନ ଚାଟାର୍ଜୀ ଏବଂ ବିଧାୟକ ମଦନ ମିତ୍ରଙ୍କୁ ସିବିଆଇ ଗିରଫ କରିଛି । ଏହାପରେ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀ ସିବିଆଇ ଅଫିସ ଆଗରେ ଧାରଣା ଦେଇଥିଲେ ଏବଂ ତାଙ୍କ ସମର୍ଥକମାନେ ସିବିଆଇ ଅଫିସ ଆଗରେ ଆସି ହୋ ହାଲ୍ଲା କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା କୋର୍ଟ ପ୍ରକ୍ରିୟା। ଭିଡିଓ କନଫରେନସିଂ ଜରିଆରେ ଚାରି ନେତାଙ୍କୁ ସିବିଆଇ ସ୍ୱତନ୍ତ୍ର ଅଦଲତରେ ହାଜର କରିବା ସଙ୍ଗେ ସଙ୍ଗେ  ୪୮ ପୃଷ୍ଠାର ଏକ ଚାର୍ଜଶିଟ୍ ମଧ୍ୟ ଦାଖଲ କରିଥିଲା। ଆଉ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ହେଲେ କୋର୍ଟ ଖାରଜ କରିବା ସହିତ ଏହି ୪ ନେତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଆଉ ଏହା ପରେ ସିବିଆଇ କୋର୍ଟଙ୍କ ରାୟ କୁ ଚ୍ୟାଲେଞ୍ଜ କରି ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆଉ ବିଳମ୍ବିତ ରାତିରେ ହାଇକୋର୍ଟ ସିବିଆଇର ସ୍ୱତନ୍ତ୍ର କୋର୍ଟ ଦେଇଥିବା ଜାମିନ୍ ଆଦେଶ ଉପରେ ରୋକ୍ ଲଗାଇଦେଲେ । ବୁଧବାର ଏହି ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି।  ପ୍ରଧାନ ବିଚାରପତି ରଜନୀଶ ବିନ୍ଦଲ ଏବଂ ଜଷ୍ଟିସ ଅରିଜିତ ବାନାର୍ଜୀଙ୍କ ଏକ ଡିଭିଜନ ବେଞ୍ଚ କିଛି ଘଣ୍ଟା ପୂର୍ବରୁ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦେଇଥିବା ଜାମିନକୁ ଖାରଜ କରିଦେଇଥିଲେ। ସିବିଆଇର ପ୍ରତିନିଧିତ୍ୱ କରିଥିଲେ ଇଣ୍ଡିଆର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା। ସେ ଅଭିଯୋଗ କରିଥିଲେ ଯେ ପଶ୍ଚିମବଙ୍ଗ ସରକାରରେ ଆଇନ ମନ୍ତ୍ରୀ ମୋଲୋ ଘାଟକ 2,000 ରୁ 3000 ସମର୍ଥକଙ୍କ ସହ ନିମ୍ନ ଅଦାଲତକୁ ଯାଇ ଶୁଣାଣି ସମୟରେ ବାଧା ସୃଷ୍ଟି କରିଥିଲେ। ସିବିଆଇ ଆହୁରି ମଧ୍ୟ କହିଛି ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ସମର୍ଥକଙ୍କ ସହ କୋଲକାତାରେ ସିବିଆଇ କାର୍ଯ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ।ବେଙ୍ଗଲ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀମାନେ ସିବିଆଇକୁ କାମ କରିବାରେ ବାଧା ସୃଷ୍ଟି କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଇକୋର୍ଟଙ୍କୁ କହିଛନ୍ତି। ଏଭଳି “ଅପ୍ରିତିକର ପରିସ୍ଥିତି” କୁ ନେଇ ହାଇକୋର୍ଟ କହିଛନ୍ତି ଯେ , ଯଦି ଏପରି ପରିସ୍ଥିତିରେ କୋର୍ଟଙ୍କ ଦ୍ୱାରା ଏକ ଆଦେଶ ଦିଆଯାଏ ତେବେ ଏହା “ନ୍ୟାୟିକ ବ୍ୟବସ୍ଥା ଉପରୁ  ବିଶ୍ୱାସ ତୁଟିଯିବ। ତୁଷାର ମେହେଟ୍ଟାଙ୍କ ଅଭିଯୋଗର ଜବାବରେ ପଶ୍ଚିମବଙ୍ଗର ଆଡଭୋକେଟ ଜେନେରାଲ କିଶୋର ଦତ୍ତା କହିଛନ୍ତି ଯେ ସିବିଆଇ ଅଧିକାରୀମାନଙ୍କୁ କାମ କରିବାରେ ପୋଲିସ ତାଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇଛି।  ଦତ୍ତା କହିଛନ୍ତି ଯେ କୌଣସି ଅପ୍ରୀତିକର ପରିସ୍ଥିତି ନେଇ ସିବିଆଇ ପୋଲିସ ନିକଟରେ  ଅଭିଯୋଗ ଦାଖଲ କରିନାହିଁ।  ତେବେ ଏହି ମାମଲାରେ ଜଡିତ ଥିବା ଅନ୍ୟ ଦୁଇ ନେତା ମୁକୁଲ ରୟ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ସିବିଆଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଏବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

Related Posts