ଜନତା ମୋଦି ସରକାର ଠାରୁ ନିରାଶ ; ସର୍ଭେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦୀର୍ଘ ସାତ ବର୍ଷ ଧରି ଶାସନ କ୍ଷମତାରେ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ପ୍ରଥମ ଥର ପାଇଁ ଡେଞ୍ଜର ଜୋନ୍ ରେ। ଏହି ସର୍ଭେରେ ମୋଦୀଙ୍କ ଭାବମୂର୍ତ୍ତି କୁ ଏକ ଶକ୍ତ ଝଟକା ଲାଗିଛି। ଏବିପି-ସି ଭୋଟରର ମୋଦୀ 2.0 ରିପୋର୍ଟ କାର୍ଡ ଅନୁଯାୟୀ, ଜାମ୍ମୁ କାଶ୍ମୀରରେ ଧାରା 370 ହଟାଇବା ମୋଦୀ ସରକାରଙ୍କ ସବୁଠାରୁ ବଡ ସଫଳତା ହୋଇଥିବାବେଳେ କରୋନା ସଙ୍କଟକୁ ସଫଳତାର ସହ ମୁକାବିଲା ନକରିବା ଏହାର ସବୁଠାରୁ ବଡ ବିଫଳତା। ଏହି ସର୍ଭେ ମୋଟ୍ 543 ଲୋକସଭା ଆସନରେ କରାଯାଇଥିବା ବଦଳରେ 1.39 ଲକ୍ଷ ଲୋକ ଏଥିରେ ଭାଗ ନେଇଥିଲେ। ଜାନୁଆରୀ 1 ରୁ ମେ 28 ପର୍ଯ୍ୟନ୍ତ ଲୋକଙ୍କ ମତାମତ ନିଆଯାଇଛି। ଏହି ସର୍ଭେରୁ ଜଣାପଡିଛି ଯେ ଅନେକ ପ୍ରସଙ୍ଗରେ ଜନତା ମୋଦୀ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ସାତ ବର୍ଷରେ ବୃଦ୍ଧି ପାଇଥିବା ମୋଦୀ ସରକାରଙ୍କ ଲୋକପ୍ରିୟତା କରୋନା କାଳରେ ଧୂଳିସାତ୍ ହୋଇଯାଇଛି। ଏହି ସର୍ଭେରେ 47.4 ଲୋକଙ୍କ ମତାମତ ହେଉଛି ଜାମ୍ମୁ କାଶ୍ମୀରରୁ ଧାରା 370 ହଟାଇବା ମୋଦୀ 2.0 ର ସବୁଠାରୁ ବଡ ସଫଳତା । 41.1 ପ୍ରତିଶତ ଲୋକଙ୍କ ମତ ହେଉଛି ମୋଦୀ ସରକାରଙ୍କ ସବୁଠାରୁ ବଡ ବିଫଳତା ହେଉଛି କରୋନା ସଙ୍କଟର ମୁକାବିଲା କରିବା। ସର୍ଭେ ଅନୁଯାୟୀ 23.1 ପ୍ରତିଶତ ଲୋକ କହିଛନ୍ତି ଯେ ମୋଦୀ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ତିନି କୃଷି ଆଇନ ଦ୍ୱାରା ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି, ଯାହାକି ମୋଦୀ ସରକାରଙ୍କ ଦ୍ୱିତୀୟ ବଡ ବିଫଳତା । ତେବେ କରୋନାର ପ୍ରଥମ ଲହର ଭାରତରେ କାୟା ବିସ୍ତାର ଆରମ୍ଭ କରିବା ପୂର୍ବରୁ ମୋଦୀ ସରକାରଙ୍କ ଦ୍ବାରା ଲଗାଯାଇଥିବା ଅଚାନକ ଲକଡାଉନ୍ କୁ ନେଇ ଅଧାରୁ ଅଧିକ (52.3 ପ୍ରତିଶତ) ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ତାଲାବନ୍ଦ ସମୟରେ ସରକାରୀ ସହାୟତା ସେମାନଙ୍କ ପାଖରେ ପହଞ୍ଚି ନଥିଲା। ଦେଶରେ କୋଭିଡ୍ ମହାମାରୀର ଦ୍ୱିତୀୟ ତରଙ୍ଗ ଆସିବା ସମୟରେ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିବା ଏବଂ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବା ନରେନ୍ଦ୍ର ମୋଦୀଙ୍କ ସବୁଠାରୁ ବଡ଼ ଭୁଲ୍ ଥିଲା ବୋଲି 59.7 ପ୍ରତିଶତ ଲୋକ କହିଛନ୍ତି । ସର୍ଭେରେ ଭାଗନେଇଥିବା ଅଧିକାଂଶ ଲୋକଙ୍କ (60.8 ପ୍ରତିଶତ) ମତ ହେଉଛି ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନ ସମେତ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖାଯିବା ଆବଶ୍ୟକ ଥିଲା। କରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି କୁମ୍ଭମେଳାକୁ କେବଳ ସାଙ୍କେତିକ ଭାବେ କରାବାର ଆବଶ୍ୟକ ଥିଲା ବୋଲି 55.3 ପ୍ରତିଶତ ଲୋକ ମତ ରଖିଛନ୍ତି। ଅତିକମରେ 47 ପ୍ରତିଶତ ଲୋକଙ୍କ ମତ ହେଉଛି ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ପାଇଁ କେନ୍ଦ୍ର ସରକାର ହିଁ ଦାୟୀ । 44.8 ପ୍ରତିଶତ ଲୋକଙ୍କ ମତାମତ ହେଉଛି ଲଦାଖରେ ଚୀନ୍ ଦ୍ବାରା ଭାରତୀୟ ସେନାଙ୍କ ଉପରେ ହୋଇଥିବା ଆକ୍ରମଣ କେନ୍ଦ୍ର ସରକାରଙ୍କ ବିଫଳତା। ଅଧିକାଂଶ ଲୋକଙ୍କର ମତ ହେଉଛି ଚାଷୀଙ୍କ ଦାବି ପୂରଣ ହେବା ଉଚିତ୍।

Related Posts