ଫିଲ୍ମ ‘ଦି କାଶ୍ମୀର ଫାଇଲ୍‌କୁ ନେଇ ବିଜେପିକୁ ଟାର୍ଗେଟ୍ କଲେ ଅଖିଳେଶ ଯାଦବ: କାଶ୍ମୀର ପରି ଲଖିମପୁର ଫାଇଲ୍ସ ଫିଲ୍ମ ତିଆରି ହେବା ଦରକାର

ଫିଲ୍ମ ‘ଦି କାଶ୍ମୀର ଫାଇଲ୍‌କୁ ନେଇ ଏବେ ସବୁ ଆଡେ ଜୋର୍ ଧରିଛି ଚର୍ଚ୍ଚା । ଫିଲ୍ମ୍ ର ଉପସ୍ଥାପନା ଶୈଳୀ ସମସ୍ତଙ୍କ ହୃଦୟକୁ ଛୁଇଁଥିବା ବେଳେ, ଏବେ ଫିଲ୍ମକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ଯେମିତି କାଶ୍ମୀର ଉପରେ ‘ଦି କାଶ୍ମୀର ଫାଇଲ୍’ ଭଳି ଫିଲ୍ମ ତିଆରି ହୋଇ ପାରୁଛି, ସେମିତି ଲଖିମପୁର ହତ୍ୟାକାଣ୍ଡ ଉପରେ ଲଖିମପୁର ଫାଇଲ୍ସ ଫିଲ୍ମ ତିଆରି ହେବା ଦରକାର ବୋଲି ଅଖିଳେଶ ଯାଦବ କହିଛନ୍ତି।

ବୁଧବାର ଉତ୍ତରପ୍ରଦେଶର ସୀତାପୁରରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କଲା ବେଳେ ଏପରି କହିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ନିର୍ବାଚନରେ ପରାଜୟ ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରି ଏପରି ମନ୍ତବ୍ୟ ଦେଇଛନ୍ତି ଅଖିଳେଶ।

ସେ କହିଛନ୍ତି ” ଯଦି କାଶ୍ମୀର ଫାଇଲ୍‌ ତିଆରି ହୋଇପାରୁଛି, ତେବେ କାହିଁକି ଲଖିମପୁର ଘଟଣା ଉପରେ ଲଖିମପୁର ଫାଇଲ୍ସ ନାଁରେ ଫିଲ୍ମ ତିଆରି ହୋଇପାରିବ ନାହିଁ? ଯେଉଁଠି ଗୋଟେ ଜିପ୍‌ ଆନ୍ଦୋଳନରତ କୃଷକଙ୍କ ଉପରେ ମାଡ଼ିଯାଉଛି।”

Related Posts