ମହଙ୍ଗା ହେଲା ଅମୂଲ କ୍ଷୀର ଦର

ନୂଆଦିଲ୍ଲୀ: ମହଙ୍ଗା ହେଲା କ୍ଷୀର ଦର। ଦେଶର ଅଗ୍ରଣୀ କ୍ଷୀର ଉତ୍ପାଦନକାରୀ କମ୍ପାନୀ ଅମୂଲ ଡାଏରୀ ନିଜ କ୍ଷୀରର ଦରକୁ ବୃଦ୍ଧି କରିଛି । ଏହାର କ୍ଷୀର ଦାମରେ ୨ ଟଙ୍କା ବୃଦ୍ଧି କରିଛି । ଅମୂଲ ମିଲ୍‌କ ଲିଟର ପିଛା ଦାମ ୨ ଟଙ୍କା ମହଙ୍ଗା ହୋଇଛି । ଗୁଜୁରାଟ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ଆଜି(ଶନିବାର) ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ଗୁଜୁରାଟ କୋଅପରଟିଭ ମିଲ୍‌କ ମାର୍କେଟିଂ ଫେଡେରେସନ ଲିମିଟେଡର ଏମଡି ଆରଏସ ସୋଧି ଏହି ସୂଚନା ଦେଇଛନ୍ତି ।

ଅମୂଲର ଫୁଲ କ୍ରିମ ମିଲ୍‌କ ଏବଂ ମଇଁଷି କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ନୂଆ ଦର ଲାଗୁ ହେବା ପରେ ଫୁଲ କ୍ରିମ ଅମୂଲ କ୍ଷୀର ଲିଟର ୬୧ ଟଙ୍କାରୁ ବଢି ୬୩ ଟଙ୍କା ହୋଇଯାଇଛି । ଏହାପୂର୍ବରୁ ଗତ ଅଗଷ୍ଟରେ ଅମୂଲ କ୍ଷୀର ଦାମ ବଢିଥିଲା । ଚଳିତ ବର୍ଷ ମାର୍ଚ୍ଚରେ ମଧ୍ୟ କମ୍ପାନୀ କ୍ଷୀର ଦାମ ଦୁଇ ଟଙ୍କା ମହଙ୍ଗା କରିଥିଲା । ଅମୂଲର ମୁଖ୍ୟ ଉତ୍ପାଦନକାରୀ ୟୁନିଟ ଗୁଜୁରାଟର ଆନନ୍ଦ ଜିଲ୍ଲାରେ ରହିଛି ।

Related Posts