ପାଞ୍ଚଟି ଭାରତୀୟ ଭାଷାରେ ଦିଆଯିବ ଇଞ୍ଜିନିୟରିଂ ଶିକ୍ଷା , ଘୋଷଣା କଲେ ପ୍ରଧାନମନ୍ତ୍ରୀ, ବାଦ୍ ପଡିଲା ଓଡିଆ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଜାତୀୟ ଶିକ୍ଷା ନୀତିକୁ ବର୍ଷେ ପୁରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଗତ ବର୍ଷକ ମଧ୍ୟରେ ଜାତୀୟ ଶିକ୍ଷା ନୀତିକୁ ନେଇ ବହୁ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ଦେଶର ୮ଟି ରାଜ୍ୟର ୧୪ ଟି ଇଞ୍ଜିନିୟରିଂ ପାଞ୍ଚଟି ଭାରତୀୟ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶିକ୍ଷା ଦିଆଯିବ। ଏହା ମଧ୍ୟରେ ହିନ୍ଦୀ, ତାମିଲ, ତେଲୁଗୁ, ମରାଠୀ ଓ ବଙ୍ଗଳା ରହିଛି । କିନ୍ତୁ ବିଡମ୍ବନାର ବିଷୟ ହେଉଛି ଏଥିରେ ଓଡିଆ ଭାଷା ବାଦ୍ ପଡିଛି। ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ୧୧ ଭାରତୀୟ ଭାଷାରେ ଅନୁବାଦ ପାଇଁ ଟୁଲ୍‌ ବିକଶିତ କରାଯାଇଛି । ଅପରପକ୍ଷରେ ପ୍ରଥମ ଥର ପାଇଁ ଭାରତୀୟ ସାଇନ ଲାଙ୍ଗୁଏଜକୁ ଗୋଟିଏ ଭାଷା ବିଷୟ ଅର୍ଥାତ ଗୋଟିଏ ବିଷୟର ମାନ୍ୟତା ପ୍ରଦାନ କରାଯାଇଛି । ଏବେ ଛାତ୍ରଛାତ୍ରୀ ଏହାକୁ ଗୋଟିଏ ଭାଷା ଆଧାରରେ ପଡିପାରିବେ । ଏହାଦ୍ବାରା ଭାରତୀୟ ସାଇନ ଲାଙ୍ଗୁଏଜକୁ ପ୍ରୋତ୍ସାହନ ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ଗତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ବାରା ନୂତନ ଜାତୀୟ ଶିକ୍ଷା ନୀତି ଅନୁମୋଦିତ ହୋଇଥିଲା। 1986 ରୁ ଚାଲି ଆସୁଥିବା ଶିକ୍ଷା ନିତୀ ପରିବର୍ତ୍ତନ କରି କେନ୍ଦ୍ର ସରକାର ନୂତନ ଜାତୀୟ ଶିକ୍ଷା ନୀତି ଆଣିଥିଲେ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନର ପୂର୍ବତନ ସଭାପତି କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏକ ପ୍ୟାନେଲ୍ ଡିସେମ୍ବର 2018 ରେ ଏକ ଡ୍ରାଫ୍ଟ ଦାଖଲ କରିଥିଲା ​​ଯାହା ପରେ ଏହାକୁ ସାର୍ବଜନୀନ କରାଯାଇଥିଲା ଏବଂ ଜନ ସାଧାରଣଙ୍କ ମତା ମତ ଲୋଡା ଯାଇଥିଲା । ଗତ ବର୍ଷ ଏହା ଲାଗୁ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହା ଉଚ୍ଚ ଶିକ୍ଷାରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନର ବିକଳ୍ପ ପ୍ରଦାନ କରିବ । ଏହାସହିତ ଆଞ୍ଚଳିକ ଭାଷାରେ ପ୍ରଥମ ବର୍ଷର ଇଞ୍ଜିନିୟରିଂ କାର୍ଯ୍ୟକ୍ରମ ଓ ଉଚ୍ଚଶିକ୍ଷାରେ ଅନ୍ତରାଷ୍ଟ୍ରୀୟକରଣ ପାଇଁ ଦିଶା ନିର୍ଦ୍ଦେଶ ମଧ୍ୟ ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଅନଲାଇନ ଶିକ୍ଷା ଏକ ନିତ୍ୟ ପ୍ରକ୍ରିୟା ହୋଇଯାଇଛି । ଦୀକ୍ଷା ପୋର୍ଟାଲ ଶିକ୍ଷା ଦାନର ପ୍ରମୁଖ ମାଧ୍ୟମ ପାଲଟିଛି ବୋଲି ପିଏମ୍ କହିଛନ୍ତି । ପୂରା ଦେଶ ଯୁବକଙ୍କ ସାଥିରେ ଥିବା ନୂଆ ଶିକ୍ଷା ନୀତି ସୂଚନା ଦେଉଛି ବୋଲି କହିଛନ୍ତି ମୋଦି ।

Related Posts