ଆମେ ବହୁତ ସହିଲୁ, ଆଉ ନୁହଁ: ସଞ୍ଜୟ ରାଉତ

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ଶିବସେନା ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଉଭୟ ଦଳ ପରସ୍ପର ବିରୋଧରେ ବୟାନ ବାଜି କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟିକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ଆସନ୍ତା କିଛି ଦିନ ମଧ୍ୟରେ ବିଜେପିର ନେତାମାନେ ଜେଲକୁ ଯିବେ । ରାଉତ କହିଛନ୍ତି ଯେ ଆମେ ବହୁତ ସହ୍ୟ କରିଛୁ,ବର୍ତ୍ତମାନ ଆଉ ସହ୍ୟନକରି ଜବାବ ଦେବାର ସମୟ ଆସିଯାଇଛି ବୋଲି ସଞ୍ଜୟ ରାଉତ କହିଛନ୍ତି । ସେପଟେ ଏହି ବୟାନ ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ଅନ୍ୟପଟେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ସେ ବୟାନ ଦେଇଥିବାର ଦେଖିବାକୁ ମିଳିଛି ।

ତେବେ ଉତ୍ତରପ୍ରଦେଶରେ ବିଜେପିକୁ ସମାଜବାଦୀ ପାର୍ଟି କଡ଼ା ଟକ୍କର ଦେବାରେ ଲାଗିଛି । ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ଉତ୍ତରପ୍ରଦେଶରେ ଶିବସେନା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ହେଲେ ଗୋଆ ରାଜନୀତି ବର୍ତ୍ତମାନ ଖିଚିଡ଼ି ରାଜନୀତି ହୋଇଯାଇଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଗୋଆ ବିଜେପି ଦାୟିତ୍ୱରେ ଅଛନ୍ତି । ଯିଏ ବର୍ତ୍ତମାନ ଠାରୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିବ ବୋଲି ଘୋଷଣା ମଧ୍ୟ କରିସାରିଲେଣି । ହେଲେ ତାଙ୍କୁ ମଧ୍ୟ ବେଶ ଭଲ ଭାବରେ ଜଣା ଯେ ରାଜ୍ୟରେ କେବଳ ଗୁଣ୍ଡାମାନଙ୍କର ହିଁ ଶାସନ ଚାଲିଛି ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି । ସେପଟେ କିଛିଦିନ ପୂର୍ବରୁ ଇଡିକୁ ନେଇ କେନ୍ଦ୍ରସରକାରଙ୍କୁ ସଞ୍ଜୟ ରାଉତ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି ।

Related Posts