ମାର୍ଶାଘାଇ ଥାନା ଅଧିକାରୀଙ୍କ ନାଁରେ ଅପରାଧୀ-ପ୍ରୀତି ଅଭିଯୋଗ, ଵଦଳି ଦାବିରେ ଆମରଣ ଅନଶନରେ ଵସିଲେ ଜିଲ୍ଲା ପରିଷଦ ସଭ୍ୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିକାରୀଙ୍କ ନାଁରେ ଅପରାଧୀ-ପ୍ରୀତି  ଅଭିଯୋଗ ଆଣିଛନ୍ତି ବିଜେପି ଜିଲ୍ଳାପରିଷଦ ସଦସ୍ୟ ଦେବଦତ୍ତ ଚୌଧୁରୀ। ଥାନା ଅଧିକାରୀ କାଳନ୍ଦୀ ବେହେରା ବିଭିନ୍ନ ମାମଲାରେ ପକ୍ଷପାତିତା କରୁଥିବା ଏବଂ ଅପରାଧକୁ ପ୍ରୋତ୍ସାହନ ଦେଉଥିବାରୁ ତାଙ୍କ ବଦଳି ଦାବିରେ ଥାନା ସମ୍ମୁଖରେ ଆମରଣ ଅନଶନ ଦେଇଛନ୍ତି ଜିଲ୍ଳାପରିଷଦ । ଥାନା ଅଧିକାରୀ କାଳନ୍ଦୀ ବେହେରା ଦୀର୍ଘ ୪ ବର୍ଷ ହେବ ଏହି ଥାନାରେ ଅଛନ୍ତି। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ଏକ ଥାନାରେ କୌଣସି ଥାନା ଅଧିକାରୀ ୩ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିବେ ନାହିଁ। କିନ୍ତୁ ମାର୍ଶାଘାଇ ଥାନା ଅଧିକାରୀଙ୍କୁ କେଉଁ କାରଣରୁ ଏଠାରେ ରଖାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ୨୧ ନମ୍ବର ଜୋନ ବିଜେପି ଜିଲ୍ଳାପରିଷଦ ସଦସ୍ୟ ଦେବଦତ୍ତ ଚୌଧୁରୀ ଏହି ପ୍ରତିବାଦରେ ମାର୍ଶାଘାଇ ଥାନା ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ତାଙ୍କର ଅଭିଯୋଗ ହେଉଛି ପୋଲିସ ଅପରାଧିଙ୍କ ପୃଷ୍ଠ ପୋଷକ ସାଜିବା,ପକ୍ଷପାତିତା ଓ ବିଭିନ୍ନ ପେଶାଦାର ଅପରାଧିଙ୍କୁ ଛାଡି ଦେଉଥିବା ଅଭିଯୋଗରେ ସେ ଅନଶନରେ ବସିଛନ୍ତି। ଦେବଦତ୍ତ ଅଭିଯୋଗ କରିଛନ୍ତି ଯେ ତାଙ୍କ ଜିଲ୍ଲାପରିଷଦ ଜୋନ ଅଧୀନ କୋଦାକଣି ଗ୍ରାମରେ ଜଣେ ଅଭ୍ୟସଗତ ଅପରାଧି ତଥା ଜାତୀୟ ରାଜପଥ ଲୁଟେରା ଜଣେ ସାଧାରଣ ଲୋକକୁ ମାଡ ମାରି କ୍ଷତାକ୍ତ କରିବା ସହିତ ଟଙ୍କା ଓ ସୁନା ଲୁଟି ନେଇଥିବା ନେଇ ୫ ତାରିଖରେ ଥାନାରେ ଏତଲା ଦେଇଥିଲେ । ପୁଲିସ ଅଭିଯୁକ୍ତଙ୍କ ନାମରେ ସଂଗୀନ ଦଫାରେ ମାମଲା ରୁଜୁକରିବା ସହ ଉଠାଇ ଆଣି ସେହି ଦିନ ରାତି ପ୍ରାୟ ୪ଟା ସମୟରେ ଛାଡି ଦେଲା । ଅପରାଧକୁ ଖସାଇ ଦେବା ପଛରେ ଥାନା ଅଧିକାରୀଙ୍କ କଣ ସ୍ବାର୍ଥ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ? ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ପାଟଳିପଙ୍କ ଗ୍ରାମର ଯୁବକ ହିଂମାଶୁ ବାରିକ ଚୋରା ମଦ ବେପାରକୁ ବିରୋଧ କରିବାରୁ ଅପରାଧୀ ମାନେ ତାଙ୍କ ଉପରକୁ ଏସିଡି ଆଟାକ୍ କରିଥିଲେ । ସେହି ଯୁବକି ସବୁଦିନ ପାଇଁ ଅର୍କମଣ୍ୟ ହୋଇଗଲେ । ମାର୍ଶାଘାଇ ଥାନା ଅଧିକାରୀ କିନ୍ତୁ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ କେଉଁ ପ୍ରଭାବଶାଳୀ ବ୍ୟକ୍ତି ବା ମାଫିଆ ଏସିଡି ଯୋଗାଇ ଦେଇଥିଲେ ତାହା ଲୋକଲୋଚନ ଆଣିଲେ ନାହିଁ  ବୋଲି ଜିଲାପରିଷଦ ଅଭିଯୋଗ କରିଛନ୍ତି । ମାମଲାରେ ପୁଲିସ ପ୍ରଭାବଶାଳୀଙ୍କୁ ଖସାଇ ଦେଇ ନାହିଁ ତ ବୋଲି ସେ ପ୍ରଶ୍ନ କରିଛନ୍ତି ?

ସେହିପରି ତିଖିରୀ ଗ୍ରାମର ମନୋଜ କୁମାର ବେହେରାଙ୍କୁ ମାର୍ଶାଘାଇ ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଓ ତାଙ୍କ ପରିବାର ଲୋକ ମାଡ ମାରିବା , ଧମକ ଦେବା , ଘର ଭାଙ୍ଗି ଦେବା ସଂପର୍କରେ ସେ ବାରମ୍ବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀ ପୁଲିସର କ୍ଷମତା ଦେଖାଉ ଥିବା ସେ ନିଜେ ଜିଲ୍ଲା ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ନିରବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ? ସେ ହୋମଗାର୍ଡଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି। ମାତ୍ର କିଛି ବର୍ଷର ଚାକିରି ମଧ୍ୟରେ ଏହି ହୋମଗାର୍ଡ ୧୨ ଟି ବାର ଚକିଆ ଟ୍ରକ କେମିତି ହୋଇପାରିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ହୋମଗାର୍ଡଙ୍କ ନାମରେ ଥିବା ଏହି ଟ୍ରକ ଗୁଡିକ ତାଙ୍କ ନିଜର ନା ଥାନା ଅଧିକାରୀଙ୍କର ବୋଲି ଜିଲାପରିଷଦ ପ୍ରଶ୍ନ କରିଛନ୍ତି ? ତେବେ ଏହି ସବୁ କାରଣ ପାଇଁ ହୋମଗାର୍ଡଙ୍କ ନାଁରେ ଆସୁଥିବା ଅଭିଯୋଗକୁ ଥାନା ଅଧିକାରୀ ଚାପି ଦେଉ ନାହାନ୍ତି ତ ବୋଲି ସେ ପ୍ରଶ୍ନ କରିଛନ୍ତି ? ଏତଦ୍ ବ୍ୟତୀତ ଜାତୀୟ ରାଜପଥ ମାର୍ଶାଘାଇ ଥାନା ଅଧିନରେ ପ୍ରତି ଛକ ମାନଙ୍କରେ ତେଲ ଚୋରୀ ହେଉଥିବା ବେଳେ ପୁଲିସ ନିରବ ରହିବାର କାରଣ କ’ଣ ବୋଲି ବିଜେପି ନେତା ପ୍ରଶ୍ନ କରିଛନ୍ତି ? ଏକ ଅତି ସମ୍ବେଦନଶୀଳ ମାମଲା ପାଟଳିପଙ୍କ ସ୍ଥିତ ଲୁଥେରାନ ମହିଳା ସମିତିରେ ଯୌନ ନିର୍ଯ୍ୟାତନା ଓ ଶିଶୁ ବିକ୍ରି ଘଟଣାରେ ମାର୍ଶାଘାଇ ପୁଲିସ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ । ଅଭିଯୁକ୍ତଙ୍କୁ ଖସାଇ ଦେବା ପଛରେ ଜଣେ ଥାନା ଅଧିକାରୀଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ହେଉଛି । ସେ ଥାନା ଅଧିକାରୀ କିଏ ? ମାର୍ଶାଘାଇର ଥାନା ଅଧିକାରୀ କାଳନ୍ଦି ବେହେରା ନା ଆଉ କିଏ ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି ।

Related Posts