ପ୍ରଧାନମନ୍ତ୍ରୀ ନୂଆ କୃଷି ଆଇନ ଆଣନ୍ତୁ; ନହେଲେ ଆମେ ତାଙ୍କୁ କ୍ଷମତାରୁ ହଟାଇଦେବୁ: କେସିଆର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପୁଣିଥରେ କେନ୍ଦ୍ରକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ସେପଟେ ବାରମ୍ବାର ପ୍ରାଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ବିରୋଧୀମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଉଛନ୍ତି କେସିଆର । ଏହା ମଧ୍ୟରେ କୃଷି ଆଇନ ପ୍ରସଙ୍ଗକୁ ନେଇ ପୁଣିଥରେ ରାଜନୀତି ଆରମ୍ଭ କରିଛନ୍ତି କେସିଆର । ତେବେ କେନ୍ଦ୍ର ଆଣିଥିବା ନୂଆ କୃଷି ଆଇନକୁ ବିରୋଧ କରାଯିବା ପରେ ଏହାକୁ ପରେ ପ୍ରତ୍ୟାହାର କରାଯାଇଥିଲା। ହେଲେ କେସିଆର କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଖୋଲାଖୋଲି ଭାବେ ଆହ୍ବାନ ଦେଇ ସେ କହିଛନ୍ତି ଯେ ଶୀଘ୍ର ଏକ ନୂତନ କୃଷି ନୀତି ଆଣ। ନଚେତ ଆମେ ଆପଣଙ୍କୁ କ୍ଷମତାରୁ ହଟାଇ ଦେବୁ। ଚାଉଳ କ୍ରୟ ପ୍ରସଙ୍ଗରେ ନୂଆଦିଲ୍ଲୀରେ ଦଳୀୟ ନେତାଙ୍କ ସହ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଏଭଳି କହିଛନ୍ତି କେସିଆର। କେବଳ ଏତିକି ନୁହେଁ ବରଂ କୃଷକମାନେ ଭିକ ମାଗୁନାହାଁନ୍ତି ବରଂ ନିଜ ଅଧିକାର ମାଗୁଛନ୍ତି। ଏକ ନୂତନ କୃଷି ନୀତି ପ୍ରସ୍ତୁତ କରନ୍ତୁ ନଚେତ୍ ଆମେ ଆପଣଙ୍କୁ କ୍ଷମତାରୁ ହଟାଇଦେବୁ। ଆମେ ଏତେ ଦୁର୍ବଳ ନୁହଁ କି କୃଷକଙ୍କୁ ଗଙ୍ଗାକୁ ଠେଲିଦେବୁ।

ନୂତନ କୃଷି ନୀତି ଆଣିବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ କି ମୋଦୀ ସରକାରଙ୍କ ଇଚ୍ଛା ନାହିଁ? କୃଷକଙ୍କୁ ସମର୍ଥନ କରୁନଥିବା ପ୍ରଧାନମନ୍ତ୍ରୀଙ୍କୁ ଲାଜ ଲାଗିବା କଥା। ଯଦି ପ୍ରଧାନମନ୍ତ୍ରୀଙ୍କର ସାହସ ଅଛି ତେବେ ମୋତେ ଗିରଫ କରି ଦେଖାନ୍ତୁ। କାରଣ ଯିଏ ସେମାନଙ୍କ ବିରୋଧରେ କହିବାକୁ ଚେଷ୍ଟା କରେ, ପ୍ରଧାନମନ୍ତ୍ରୀ ସେମାନଙ୍କ ପଛରେ ସିବିଆଇ ଏବଂ ଇଡିକୁ ଲଗାଇ ଦିଅନ୍ତି। ଯେମିତି କି ତାଙ୍କ ଦଳରେ ସମସ୍ତେ ହରିଚନ୍ଦ୍ର। ସେ ଆହୁରି କହିଛନ୍ତି ଯେ, ହାତ ଯୋଡ଼ି ମୁଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ କହୁଛି ଦୟାକରି ଆମର ଶସ୍ୟ କିଣନ୍ତୁ। ମୁଁ ଆପଣଙ୍କୁ ୨୪ ଘଣ୍ଟା ଦେଉଛି। ନଚେତ ପରେ ଆମେ ଆମର ନିଷ୍ପତ୍ତି ନେବୁ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts