କୋରୋନା ମହାମାରୀରେ ପିତାମାତାଙ୍କୁ ହରାଇଥିବା ପିଲାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋରୋନା ମହାମାରୀରେ ପିତାମାତାଙ୍କୁ ହରାଇଥିବା ପିଲାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ସ୍କୁଲ ପିଲାଙ୍କୁ ବୃତ୍ତି, ଆୟୁଷ ସ୍ବାସ୍ଥକାର୍ଡ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଅଶଂଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଏହି କାର୍ଯ୍ୟକ୍ରମ ଅବସରରେ ପିଲାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଜଣେ ପ୍ରଧାନମନ୍ତ୍ରୀ ନୁହେଁ ବରଂ ଘରର ସଦସ୍ୟ ଭାବେ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି । ପିଲାଙ୍କ ଗହଣରେ ରହି ଖୁସି ବ୍ୟକ୍ତ କରିଛନ୍ତି ମୋଦି । ଦେଶର ପ୍ରତିଟି ନାଗରିକ ସମସ୍ତ ପିଲାଙ୍କ ସହ ଅଛନ୍ତି ଯାହାର ପ୍ରତିଫଳନ ହେଉଛି ପିଏମ କେୟାର୍ସ ଯୋଜନା । ବାପାମାଆଙ୍କ ସ୍ଥାନ କେହି ନେଇପାରିବେ ନାହଁ । କୌଣସି ପ୍ରୟାସ କିମ୍ବା ସମର୍ଥନ ସେମାନଙ୍କ ଶ୍ରଦ୍ଧାର ସ୍ଥାନ ନେଇପାରବ ନାହିଁ । ସେମାନଙ୍କ ଅନୁପସ୍ଥିତିରେ ‘ମା’ଭାରତୀ’ ତୁମ ସହ ଅଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ସେ ଆହୁରି କହିଛନ୍ତି, ‘ପିଏମ କେୟାର୍ସ ଯୋଜନାରେ ଭାରତ ଏହାକୁ ପୂରଣ କରୁଛି । ଏହା କେବଳ ଜଣେ ବ୍ୟକ୍ତି, ସରକାର କିମ୍ବା ଅନୁଷ୍ଠାନର ପ୍ରୟାସ ନୁହେଁ ଲୋକମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ପାଇଥିବା କହିଛନ୍ତି ମୋଦି’ । ପିଏମ କେୟାର୍ସ ଫଣ୍ଡ ହସ୍ପଟାଲ ତିଆରି, ଭେଣ୍ଟିଲେଟର ଏବଂ ମହାମାରୀ ସମୟରେ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରିବାରେ ସହାୟକ ହୋଇଛି । କାରଣ ଏହା ଅନେକ ଜୀବନ ବଞ୍ଚାଇଛି । ଆଜି ଯେଉଁମାନେ ଆମକୁ ଛାଡି ଯାଇଛନ୍ତି ସେମାନଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ଏହି ପାଣ୍ଠି ସହାୟକ ହେବ । ଏହା ସହ ଛାତ୍ରଛାତ୍ରୀଙ୍କୁ ଆୟୁଷମାନ ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଛି । ଏହା ସେମାନଙ୍କୁ 5 ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା ପ୍ରଦାନ କରିବ ।

କୋଭିଡ ପ୍ରଭାବିତ ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗତବର୍ଷ ମଇ 29ରେ ପିଏମ କେୟାର୍ସ ଯୋଜନାର ଶୁଭାରମ୍ଭ କରିଥିଲେ । 2020 ମାର୍ଚ୍ଚ 11ରୁ 2022 ଫେବୃଆରୀ ମଧ୍ୟରେ କୋଭିଡରେ ପ୍ରାଣ ହରାଇଥିବା ବାପାମାଆଙ୍କ ପିଲାଙ୍କୁ ସହାୟତା ପ୍ରଦାନ କରାଯିବ । ପିଲାମାନଙ୍କ ଯତ୍ନ, ସ୍ବାସ୍ଥ୍ୟ ଓ ଶିକ୍ଷା ମାଧମରେ ସେମାନଙ୍କୁ ସଶକ୍ତ କରାଇବା ଏହି ଯୋଜନାର ମୁଖ୍ୟଲକ୍ଷ୍ୟ ।ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କ ଖାତାରେ 10 ଲକ୍ଷର ସହାୟତା ରାଶି ପର୍ଯ୍ୟାୟକ୍ରମେ ଜମା କରିବେ କେନ୍ଦ୍ର ସରକାର । 18 ବର୍ଷ ବୟସ ପର୍ଯ୍ୟନ୍ତ ଏହି ରାଶି ଜମା ହେବା ସହ ଏହା ପରେ ଛାତ୍ରଛାତ୍ରୀଙ୍କ ନାମରେ ଏହି ରାଶିକୁ ନିବେଶ କରାଯିବ । 23 ବର୍ଷ ହେବା ପର୍ଯ୍ୟନ୍ତ ମାସିକ ସହାୟତା ରାଶି ପ୍ରଦାନ କରାଯିବ ।

Related Posts