ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରୁ କରୋନା ମହମାରୀ ସଙ୍କଟ ଯାଇନ ଆସିଲାଣି ଆଉ ଏକ ମହାମରୀ। କରୋନାରୁ ସୁସ୍ଥ ହେଉଥିବା ରୋଗୀ ମାନେ ଏବେ ବ୍ଲାକ୍‌ ଫଙ୍ଗସରେ ଶିକାର ହେଉଛନ୍ତି। ଦେଶର ଅନେକ ରାଜ୍ୟରେ ଏବେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ବ୍ଲାକ ଫଙ୍ଗସକୁ ରାଜସ୍ଥାନ ସରକାର ମହାମାରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୂର୍ବରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ରାଜ୍ୟର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଅଖିଲ ଆରୋରାଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ, ରାଜସ୍ଥାନ ମହାମାରୀ ଅଧିନିୟମ ୨୦୨୦ ଧାରା ୩ର ସହପାଠିତ ଧାରା ୪ରେ ଅନୁଯାୟୀ ମ୍ୟୁକରମାକୋସିସ ବା ବ୍ଲାକ ଫଙ୍ଗସ୍‌ କୁ ସମଗ୍ର ରାଜ୍ୟରେ ସରକାର ମହାମାରୀ ଘୋଷଣା କରିଛନ୍ତି। ଏହି ରୋଗୀ ମାନଙ୍କ ଚିକିତ୍ସା ପାଇଁ ଜୟପୁରର ଏସଏମଏସ ହସ୍ପିଟାଲ ଏକ ଅଲଗା ୱାର୍ଡ ନିର୍ମାଣ କରିଯାଇଛି। କେବଳ ରାଜସ୍ଥାନ ନୁହେଁ ଦିଲ୍ଲୀ, ଗୁଜୁରାଟ, କର୍ଣ୍ଣାଟକରେ ବ୍ଲାକ୍‌ ଫଙ୍ଗସ ରୋଗୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି। ଓଡ଼ିଶାରେ ମଧ୍ୟ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ବିଶେଷ କରି ମଧୁମେହ ରୋଗୀଙ୍କୁ ବ୍ଲାକ୍‌ ଫଙ୍ଗସ୍‌ ପ୍ରଭାବିତ କରୁଥିବା ବିଶେଷଜ୍ଞମାନେ କହିଛନ୍ତି। ବ୍ଲାକ୍‌ ଫଙ୍ଗସ ଏବେ ଦିଲ୍ଲୀରେ ମଧ୍ୟ ଆତଙ୍କ ଖେଳାଇଛି। ଦିଲ୍ଲୀରେ ବିଭିନ୍ନ ହସ୍ପିଟାଲରେ ୪୦ ଉର୍ଦ୍ଧ୍ବ ରୋଗୀ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି ।

Related Posts